fbpx

ଫାଶୀ ଭୟରେ ବିଚାରଧୀନ କଏଦୀର ହୃଦଘାତ୍

କେନ୍ଦୁଝର, ୨୦ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶରେ ଦୁଷ୍କର୍ମ ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ଏନେଇ ମୃତ୍ୟୁଦଣ୍ଡ ଭଳି ଭୟାନକ ଦଣ୍ଡବିଧାନ ମଧ୍ୟ ରହିଛି । ଏହାରି ମଧ୍ୟରେ ଆଜି କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଶୁଣି ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଳରେ ଥିଲା ଟୁରି ମୁଣ୍ଡା । କେନ୍ଦୁଝର ଜେଲରେ ବନ୍ଦୀ ଥିବା ସୁନୀଲ ନାୟକଙ୍କୁ ଫାଶିଦଣ୍ଡ ମିଳିଛି । ଏହି ଖବର ଶୁଣିବା ପରେ କଏଦୀର ହୃଦଘାତ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.