fbpx
BSKY
BJD SHG SKY
BJD YOUTH SKY

କଏଦୀମାନେ ଜେଲ ଚାରିକାନ୍ଥରୁ ବାହାରି ରୋଜଗାର କରନ୍ତି, ଜାଣନ୍ତୁ ଏକ ଆଦର୍ଶ ଜେଲ ବିଷୟରେ

କଏଦୀ ! ଏଇ ଶବ୍ଦକୁ ଶୁଣିବା ମାତ୍ର ସତେ ଯେମିତି ମନଟା ଏକ ଅନ୍ଧାର ବନ୍ଦ କୋଠରୀ ଭିତରକୁ ଚାଲିଗଲା ପରି ଲାଗେ । କାରଣ ଆମ ସମାଜରେ କଏଦୀମାନଙ୍କ ସ୍ଥାନ ଜେଲର ଚାରିକାନ୍ଥ ଭିତରେ ବନ୍ଧା । କଏଦୀ ଜୀବନ ବିତାଇବାକୁ କିଏ ବା ଚାହେଁ ? ବାହ୍ୟ ଜଗତର ମୁକ୍ତ ମୁକ୍ତ ବିହଙ୍ଗ ପରି ଉଡ଼ି ବୁଲିବା ସେମାନଙ୍କ ଭାଗ୍ୟର ଲଫାପାରୁ ସତେ ଯେମିତି କିଏ କାଢ଼ି ନେଇଛି ସବୁଦିନ ପାଇଁ । କିନ୍ତୁ ଆଜି ଆପଣ ଜାଣିବେ ଏପରି ଏକ ଆଦର୍ଶ ଜେଲ ବିଷୟରେ, ଯେଉଁଠାରେ କଏଦୀମାନେ ବାହାର ଦୁନିଆରେ ଅନ୍ୟକୁ ଆମୋଦପ୍ରମୋଦ କରାଇବା ସହ ସହ ଅର୍ଥ ରୋଜଗାର କରୁଛନ୍ତି ।

ଘଟଣାଟି ହେଉଛି ଉତ୍ତରପ୍ରଦେଶର ଏକ ଜେଲରେ ଥିବା କଏଦୀମାନଙ୍କୁ ନେଇ । ଏହି ଆଦର୍ଶ ଜେଲରେ ସଜା କାଟୁଥିବା ପ୍ରାୟ ୪୪୧ ଜଣ କଏଦୀଙ୍କ ମଧ୍ୟରୁ ୧୨ ଜଣ କଏଦୀ ମିଶି ଏକ ବ୍ୟାଣ୍ଡ ପାର୍ଟି ଗଢ଼ିଛନ୍ତି । ଲୋକମାନେ ବିବାହ କାର୍ଯ୍ୟ ପାଇଁ ଏହି ବ୍ୟାଣ୍ଡ ପାର୍ଟିକୁ ବରାଦ କରିଥାନ୍ତି । ସେଥିରୁ ମିଳୁଥିବା ପାରିଶ୍ରମିକକୁ କଏଦୀମାନେ ନିଜ ନିଜ ପରିବାରକୁ ପଠାଇଥାନ୍ତି । କଏଦୀମାନେ ଜେଲରୁ ଯାଇ ବିଭିନ୍ନ ସମୟରେ ବାହାର ଦୁନିଆରେ ବ୍ୟାଣ୍ଡ ପାର୍ଟିରେ ନାଚ ଗୀତ ପରିବେଷଣ କରି ପୁଣି ଫେରି ଆସନ୍ତି ଜେଲର ଚାରିକାନ୍ଥ ମଧ୍ୟକୁ ।

ଦଶ ବର୍ଷ ପୂର୍ବରୁ ଏହି ବ୍ୟାଣ୍ଡ ପାର୍ଟି ଆରମ୍ଭ ହୋଇଥିଲା । ପାର୍ଟିର ସମସ୍ତ କଏଦୀ ହତ୍ୟା ଘଟଣାରେ ଆଜୀବନ ସଜା କାଟୁଛନ୍ତି । ଚଳିତ ବର୍ଷ କରୋନା ଯୋଗୁଁ ସେମାନଙ୍କର ବେପାର ମାନ୍ଦା ହୋଇଯାଇଛି । ହେଲେ ସେମାନଙ୍କର ଆଶା ରହିଛି ଆଗକୁ ସେମାନେ ପାର୍ଟିକୁ ବହୁତ ଆଗକୁ ନେବେ ବୋଲି ।

ଏହି ପାର୍ଟି ଘଣ୍ଟାକ ପାଇଁ ଅଢ଼େଇ ହଜାର ଟଙ୍କା ନେଇଥାଏ । କଏଦୀମାନେ ସୁରକ୍ଷାକର୍ମୀଙ୍କ ସହ ଏକ ବସରେ ବିବାହ ସ୍ଥଳକୁ ଯାଇଥାନ୍ତି ଓ ପୁଣି ବସରେ ଫେରିଆସନ୍ତି । ତେବେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ସୁଯୋଗ ଏହି ଜେଲରେ ଦିଆଯାଇଥାଏ ବୋଲି ଡିଜି କହିଛନ୍ତି ।

Get real time updates directly on you device, subscribe now.