fbpx

ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ମୁକୁଳିବେ : ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର : ଜେଲରେ ସଜା କାଟୁଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ସେଥିପାଇଁ ମୋଟ ୮ ଜଣଙ୍କ ନାଁକୁ ଅନୁମତି ମିଳିଛି । ସେମାନେ ମଧ୍ୟରୁ ବଲାଙ୍ଗିର ଜେଲରେ ଥିବା ୩ ଜଣ କଏଦୀ ଖଲାସ ହେବେ । ସେହିପରି ରାଉରକେଲାର ସ୍ୱତନ୍ତ୍ର କାରାଗାରରୁ ଜଣେ କଏଦୀ ମୁମୁଳିବ । ଜାମୁଝରି ମୁକ୍ତାକାଶ କାରାଗାରରୁ ୨ ଜଣ କଏଦୀ ମୁକ୍ତ ହେବେ । କୋରାପୁଟର ସର୍କଲ ଜେଲରୁ ଆଉ ଦୁଇ ଜଣ କଏଦୀ ଖଲାସ ହେବେ । ମୋଟ ଉପରେ ୮ ଜଣଙ୍କୁ ଖରାସ କରାଯିବ ବୋଲି ସୂଚନା ମିଳିଛି ।

ଏମାନେ ସମସ୍ତେ ବିିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏମାନେ ପ୍ରାୟ ୧୪ ବର୍ଷରୁ ଅଧିକ ସମୟ ଧରି ଜେଲ ଦଣ୍ଡ ଭୋଗି ସାରିଲେଣି । ଜେଲରୁ ଖଲାସ ହେବା ପରେ ଏମାନେ ଅନ୍ୟ କୌଣସି ଅପରାଧିକଜନିତ କାର୍ଯ୍ୟରେ ଲିପ୍ତ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅପରାଧିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଦୂରରେ ରହିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.