fbpx

ସିବିଆଇ ନିର୍ଦ୍ଦେଶକ ପଦ ଗ୍ରହଣ କଲେ ପ୍ରବୀଣ ସୁଦ, କାର୍ଯ୍ୟକାଳ ୨ ବର୍ଷ

ନୂଆଦିଲ୍ଲୀ : ୧୯୮୬ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ ଗୁରୁବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହି ପଦକୁ ଆସିବା ପୂର୍ବରୁ କର୍ଣ୍ଣାଟକ ପୋଲିସର ମହାନିର୍ଦ୍ଦେଶକ ଥିଲେ।

ସିବିଆଇ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରବୀଣ ସୁଦ ଅଧିକାରୀଙ୍କ ସହ ଏକ ବୈଠକ କରି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ। ପ୍ରବୀଣ ସୁଦ ହିମାଚଳ ପ୍ରଦେଶର ମୂଳ ବାସିନ୍ଦା। ସିବିଆଇ ନିର୍ଦ୍ଦେଶକ ଭାବରେ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ । କିନ୍ତୁ ତାଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ ଆଇପିଏସରେ ପ୍ରାୟ ୩୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଏଥିରେ ବେଲାରୀ ଏବଂ ରାଇଚୁରର ଏସପି ଥିଲେ, ବେଙ୍ଗାଲୁରୁ ସହରର ଅତିରିକ୍ତ ପୋଲିସ କମିଶନର ଥିଲେ । ମାଇସୋର ସିଟି ଏବଂ ବେଙ୍ଗାଲୁରୁ ସହର ପୋଲିସ କମିଶନର ଥିଲେ । ମୁଖ୍ୟ ସଚିବ ଓ ଡିଜିପି ଭଳି ପଦରେ ପଦରେ ମଧ୍ୟ ସେ ନିଯୁକ୍ତି ହୋଇଥିଲେ । ସେ ମରିସସ୍ ସରକାରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି।

Get real time updates directly on you device, subscribe now.