fbpx

ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍

Advertisement

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ଚଣ୍ଡିଖୋଲ ବୈଠକରେ ବସ୍ ଚଳାଚଳ ନେଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଯେତିକି ସିଟ୍ ସେତିକି ଯାତ୍ରୀ ବସ୍ରେ ଯାତ୍ରା କରିପାରିବେ । ବସ୍ ମାଲିକ ସାଧାରଣ ସମ୍ପାଦକ ଦେବନ୍ଦ୍ରେ ସାହୁ ଏନେଇ ସୂଚନା ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଟଙ୍କା । ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ କିଛି ବସ୍ କାଲିଠାରୁ ଚାଲିବ । ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ପାଇଁ ଆହୁରି ୧୦ଦିନ ଲାଗିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.