fbpx
BSKY SKY
BSKY SKY

ପ୍ରାଇଭେଟ ସ୍କୁଲର ଶିକ୍ଷକଙ୍କୁ ମଧ୍ୟ ସରକାରୀ ସ୍କୁଲର ଶିକ୍ଷକଙ୍କ ପରି ସମାନ ଦରମା ପାଇବାର ଅଧିକାର ରହିଛି: ହାଇକୋର୍ଟ

BSKY

ନୂଆଦିଲ୍ଲୀ: ଶିକ୍ଷକଙ୍କ ଦରମାକୁ ନେଇ ଦିଲ୍ଲୀ ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ, ଘରୋଇ ବା ପ୍ରାଇଭେଟ୍ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ କୌଣସି ପରିସ୍ଥିତିରେ ସରକାରୀ ସ୍କୁଲରେ କାର୍ଯ୍ୟରତ ସହକର୍ମୀଙ୍କ ତୁଳନାରେ କମ୍ ଦରମା ଦିଆଯିବା ଉଚିତ୍ ନୁହେଁ ।

ଉଚ୍ଚତମ ନ୍ୟାୟାଳୟରେ ଥିବା ଆଇନର ବ୍ୟବସ୍ଥାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରି ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ତେବେ ଦେଶର ଅଧିକାଂଶ ବେସରକାରୀ ବିଦ୍ୟାଳୟରେ, ବିଶେଷକରି ଛୋଟ ସହରର ଘରୋଇ ସ୍କୁଲରେ ଶିକ୍ଷକମାନଙ୍କୁ ସ୍ୱଳ୍ପ ବେତନ ଏବଂ ଭତ୍ତାରେ କାମ କରାଯାଉଛି । ଏବଂ ଏହାର ସହ ସେମାନଙ୍କୁ ଅନ୍ୟ ଲାଭରୁ ମଧ୍ୟ ବଞ୍ଚିତ କରାଯାଉଛି । ଛୁଆମାନଙ୍କୁ ଶିକ୍ଷିତ କରୁଥିବା ଶିକ୍ଷକମାନଙ୍କ ସହ ଏପରି କରାଯାଉଛି, କାହିଁକି ନା ତାଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଠିକ୍ ଭାବରେ ଅବଗତ ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ଘରୋଇ ଶିକ୍ଷକମାନଙ୍କ ପାଖରେ କ’ଣ କ’ଣ ଅଧିକାର ରହିଛି…

ସରକାରୀ ସ୍କୁଲ ସହିତ ସମାନ ଦରମା ପାଇବା ଅଧିକାର :-
ଶିକ୍ଷାର ଅଧିକାର ଆଇନ ୨୦୦୯ ଅନୁଯାୟୀ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ହେବା ପାଇଁ ସେହି ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି, ଯାହା ସରକାରୀ ସ୍କୁଲରେ ରହିଛି । ସରକାରୀ ହେଉ ବା ବେସରକାରୀର ଶିକ୍ଷକ, ସମସ୍ତଙ୍କୁ ସମାନ ଲାଭ ମିଳିବ । ଏହାକୁ ନେଇ ଉଚ୍ଚତମ ନ୍ୟାୟାଳୟଠାରୁ ସର୍ବୋଚ୍ଚ ନ୍ୟାୟାଳୟ ନିଜର ଅନେକ ନିଷ୍ପତ୍ତିରେ କହିଛନ୍ତି ଯେ, ଘରୋଇ ସ୍କୁଲର ଶିକ୍ଷକଙ୍କୁ ମଧ୍ୟ ସରକାରୀ ସ୍କୁଲର ଶିକ୍ଷକ ପରି ସମାନ ଦରମା ଓ ଭତ୍ତା ପାଇବାର ଅଧିକାର ରହିଛି । ଏହି ନିୟମ ଅନୁଯାୟୀ ବେସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କ ଅଭିଯୋଗର ସମାଧାନ ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ସୃଷ୍ଟି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କ ପାଇଁ ଏକ ବ୍ୟବସ୍ଥା ରହିଛି ।

ପିଏଫର ଅଧିକାର:-
ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କୁ ମଧ୍ୟ ଭବିଷ୍ୟ ନିଧି ବା ପିଏଫ୍ ପାଇବାକୁ ଅଧିକାର ରହିଛି । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମ, ୧୯୫୨ ରେ ଏକ ବ୍ୟବସ୍ଥା କରାଯାଇଛି ଯେ, ପିଏଫ ଯୋଜନା ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହୋଇଛି । ଏପରି ପରିସ୍ଥିତିରେ ଯଦି ବିଦ୍ୟାଳୟ ପିଏଫ୍ ପ୍ରଦାନ ନ କରେ, ତେବେ ଶିକ୍ଷକମାନେ ଏଥିପାଇଁ ଉପଯୁକ୍ତ ଆଇନଗତ ପ୍ରତିକାର ପାଇପାରିବେ ।

ଗ୍ରାଚ୍ୟୁଇଟି ମଧ୍ୟ ପାଇପାରିବ :-
ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ପିଏଫ୍ ପରି ଗ୍ରାଚ୍ୟୁଇଟି ପାଇବାକୁ ହକଦାର । ଗ୍ରାଚ୍ୟୁଇଟି ହେଉଛି ନିଯୁକ୍ତିଦାତା ଦ୍ୱାରା ଜଣେ କର୍ମଚାରୀଙ୍କୁ ଦିଆଯାଇଥିବା ସେବା ପାଇଁ ପ୍ରଦାନ କରାଯାଇଥିବା ଏକ ନଗଦ ଲାଭ । ଏହି ସୁବିଧା ଶିକ୍ଷକ / କର୍ମଚାରୀଙ୍କୁ ଅବସର, ଇସ୍ତଫା କିମ୍ବା କୌଣସି କାରଣରୁ ସେବା ସମାପ୍ତି ଉପରେ ପ୍ରଦାନ କରାଯାଇଥାଏ । ଏହି ସୁବିଧା ସଂପୃକ୍ତ ଅନୁଷ୍ଠାନରେ ୫ ବର୍ଷର ନିରନ୍ତର ସେବା ସମାପ୍ତ କରିବା ପରେ ମିଳିଥାଏ ।

ଚିକିତ୍ସା ସୁବିଧା:-
ଏହା ସହିତ ଘରୋଇ ଶିକ୍ଷକମାନଙ୍କୁ ସରକାରୀ ସ୍କୁଲର ଶିକ୍ଷକଙ୍କ ଭଳି ସମାନ ଚିକିତ୍ସା ସୁବିଧା ମିଳିବାର ଅଧିକାର ରହିଛି । ଏହା ସହ କୌଣସି ଘରୋଇ ସ୍କୁଲ ସିଧାସଳଖ ଶିକ୍ଷକଙ୍କୁ ଚାକିରିକୁ ବାହାର କରିପାରିବ ନାହିଁ । ଏଥିପାଇଁ ବିଦ୍ୟାଳୟ ପରିଚାଳନା ପାଇଁ ଏକ ବ୍ୟବସ୍ଥା ରହିଛି, ଯାହା ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ସମାନ ରହିଛି ।

Get real time updates directly on you device, subscribe now.