fbpx

ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ପୁଅ ହୋଇଛି ନା ଝିଅ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପ୍ୟାରେଣ୍ଟ୍ସ କ୍ଲବ୍ ରେ ସାମିଲ ହୋଇସାରିଛନ୍ତି । ପ୍ରିୟଙ୍କା ଶୁକ୍ରବାର ଦିନ ଏହି ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପ୍ରିୟଙ୍କା ସରୋଗେସୀ ଜରିଆରେ ମାତୃତ୍ୱ ଲାଭ କରିଛନ୍ତି । ତେବେ ତାଙ୍କର ପୁଅ ହୋଇଛି କି ଝିଅ ସେ ବିଷୟରେ କିଛି ବି ସୂଚନା ଦେଇନାହାନ୍ତି ଦେଶୀ ଗର୍ଲ । ଏହା ଉପରେ ଏବେ ବି ସସପେନ୍ସ ଲାଗି ରହିଛି ।

ହେଲେ ବିଶେଷ ସୁତ୍ରରୁ ପ୍ରକାଶ ଯେ, ପାୱାର୍ କପଲ୍ ନିକ୍-ପ୍ରିୟଙ୍କାଙ୍କ ଘରକୁ କୁନି ପରୀ ଆସିଛି । ୟୁଏସ୍ ୱିକଲିରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ପ୍ରିୟଙ୍କା ସରୋଗେସୀ ଜରିଆରେ ଏକ ଝିଅ ଜନ୍ମ କରିଛନ୍ତି । ତେବେ ଏହି ଖବର କେତେ ଦୂର ସତ ତାହା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରିୟଙ୍କା ସୋସିଆଲ୍ ମିଡିଆରେ ଏ ସମ୍ପର୍କରେ ସୂଚନା ଦେବାପରଠାରୁ ଫ୍ୟାନ୍ସ ଓ ସେଲେବ୍ ମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ବିବାହକୁ ୩ ବର୍ଷ ବିତିଯାଇଥିବା ବେଳେ ପ୍ରିୟଙ୍କାଙ୍କ ଫ୍ୟାନ୍ସ ମାନେ ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ପ୍ରଶ୍ନ ଲଗାତର ପ୍ରଶ୍ନ କରୁଥିଲେ । ହେଲେ ଗତକାଲି ପ୍ରିୟଙ୍କା ଏହି ଖୁସି ଖବର ଦେଇଛନ୍ତି । ସୂଚନାଯୋଗ୍ୟ, ରାଜସ୍ଥାନରେ ପାରମ୍ପରିକ ରୀତିନୀତିରେ ୨୦୧୮ ରେ ନିକ୍ ଜୋନସ୍ ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା । ଅଧିକାଂଶ ସମୟ ସେ ଆମେରିକାରେ ନିଜର ସ୍ୱାମୀଙ୍କ ସହିତ ରହୁଛନ୍ତି । ବଲିଉଡ୍ ରେ ସେ ସବୁଠାରୁ ଦାମୀ ଅଭିନେତ୍ରୀ ରହିଆସିଛନ୍ତି । ନିଜ ଅଭିନୟ ଦମ୍ ରେ ବଲିଉଡ୍ ରୁ ହଲିଉଡ୍ ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି ପ୍ରିୟଙ୍କା । ଏଥିପାଇଁ ତାଙ୍କୁ ଜାତୀୟ ପୁରସ୍କାର ଓ ଫିଲ୍ମ ଫେୟାର୍ ଆୱାର୍ଡ ମଧ୍ୟ ମିଳିସାରିଛି । ୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ଟାଇଟଲ୍ ଜିତିଛନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.