fbpx

ମୁମ୍ବାଇରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ୧୫ ଆହତ

ମୁମ୍ବାଇ: ମୁମ୍ବାଇର ତାରଦେଭସ୍ଥିତ କମଲା ବିଲ୍ଡିଂର ୨୦ ମହଲା ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ନିଆଁରେ ଜଳିଯାଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି । ସୂଚନାଯୋଗ୍ୟ, ଘଟଣା ଘଟିବା ପରେ ଅଗ୍ନିଶନବାହିନୀ ସେଠାରେ ପହଞ୍ଚିଥିଲେ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅଗ୍ନିଶମ ବାହିନୀର ୧୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।

ବିଲ୍ଡିଂରେ ଫସିଥିବା ଅଧିକାଂଶ ଲୋକଙ୍କୁ ବାହାରକୁ ଅଣାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୫ଟି ଆମ୍ବୁଲାନ୍ସ ରହିଛି । ସେହିପରି ହସ୍ପିଟାଲରୁ ମିଳିଥିବା ତଥ୍ୟ ମୁତାବକ, ୧୨ ଜଣଙ୍କୁ ଜେନେରାଲ୍ ୱାର୍ଡରେ ରଖାଯାଇଛି ଓ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.