fbpx
BJD
BJD SKY
BJD SKY

ପ୍ରିୟଙ୍କାଙ୍କୁ ଛାଡି ୨ ଭାଇଙ୍କ ସହ ଭାରତ ପହଞ୍ଚିଲେ ନିକ୍ ଜୋନାସ୍‌ , ରହିଛି ଏହି ବଡ ଯୋଜନା

BJD

ନୂଆଦିଲ୍ଲୀ: ଏବେ ସଙ୍ଗୀତପ୍ରେମୀଙ୍କ ଉତ୍ସାହ ଆକାଶ ଛୁଇଁଛି । କାରଣ ଆମେରିକାର ପପ୍ ରକ୍ ବ୍ୟାଣ୍ଡ ଜୋନାସ୍‌ ବ୍ରଦର୍ସ ପ୍ରଥମ ଥର ପାଇଁ ଭାରତରେ ପରଫର୍ମ କରିବାକୁ ଯାଉଛନ୍ତି । ନିକ୍ ତାଙ୍କର ଦୁଇ ଭାଇ ଜୋ ଓ କେଭିନଙ୍କ ସହ ଶନିବାର ମୁମ୍ବାଇ ପହଞ୍ଚିଛନ୍ତି । ୩ ଭାଇ ସେମାନଙ୍କର ବହୁ ପ୍ରତୀକ୍ଷିତ କନସର୍ଟ ଲାଗି ଭାରତ ଆସିଛନ୍ତି । ଏହି ୩ ଜଣ ଶନିବାର ସକାଳେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇଛନ୍ତି ଓ ପାପାରାଜିଙ୍କ ଲାଗି ପୋଜ୍ ଦେଇଛନ୍ତି ।

ପାପାରାଜି ପକ୍ଷରୁ ସଂଗ୍ରହ କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି କାର୍ ମଧ୍ୟକୁ ଯିବା ପୂର୍ବରୁ ନିକ୍ ଆଖପାଖରେ ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଥମ ଥର ଲାଗି ଜୋନାସ୍‌ ବ୍ରଦର ଭାରତରେ ପରଫର୍ମ କରିବାକୁ ଯାଉଛନ୍ତି । ଏହି ବ୍ୟାଣ୍ଡ ଶନିବାର ମୁମ୍ବାଇର ମ୍ୟୁଜିକ୍ ଫେଷ୍ଟିଭାଲ ଲୋଲାପାଲୁଜା ଇଣ୍ଡିଆର ଦ୍ୱିତୀୟ ସଂସ୍କରଣରେ ପ୍ରଦର୍ଶନ କରିବେ ଓ ସେ ଏହି ଇଭେଣ୍ଟର ପ୍ରମୁଖ କଳାକାର ରହିବେ । ଏହି ଇଭେଣ୍ଟରେ ପରଫର୍ମ କରିବାକୁ ଥିବା ଅନ୍ୟ କଳାକାରମାନଙ୍କ ମଧ୍ୟରେ ଅଛନ୍ତି ୱାନରିପବ୍ଲିକ, ସିଙ୍ଗର ଷ୍ଟିଙ୍ଗ, ହେଲସୀ, ଇଂଲିଶ ରକ୍ ବ୍ୟାଣ୍ଡ ରୟାଲ ବ୍ଲଡ, ଫ୍ରେଞ୍ଚ ହାଉସ୍ ଡିଜେ ମାଲା ଇତ୍ୟାଦି । ଲୋଲାପାଲୁଜା ଇଣ୍ଡିଆର ପ୍ରଥମ ଦିନ ମୁମ୍ବାଇର ମହାଲକ୍ଷ୍ମୀ ରେସ୍ କୋର୍ସରେ ଆୟୋଜିତ ହେବାକୁ ଯାଉଛି ।

Get real time updates directly on you device, subscribe now.