fbpx

ଫେବୃଆରୀ ୧ ରେ ହିଁ କାହିଁକି ହୁଏ ବଜେଟ ଅଧିବେଶନ? ଅନ୍ୟ କେବେ କାହିଁକି ନୁହେଁ…. ଜାଣନ୍ତୁ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଅଧିବେଶନରେ ଯୋଗ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତା ଫେବୃଆରୀ ୧ ତାରିଖରେ ୨୦୨୪-୨୫ ବର୍ଷର ଆର୍ଥିକ ବଜେଟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେଟାକ୍ସ ଛାଡ଼ରୁ ଭିତ୍ତିଭୂମୀ ଏବଂ ଡିଫେନ୍ସ ପାଇଁ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଥମେ ଏହି ବାର୍ଷିକ ବଜେଟ ଅଧିବେଶନ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖରେ ଆୟୋଜିତ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହା ଫେବୃଆରୀ ୧ ତାରିଖରେ ଅନୁଷ୍ଠିତ ହେବ ।

୨୦୧୭ରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏ ନେଇ ଏକ ବଡ଼ ଘୋଷଣା କରିଥିଲେ । ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ ବଜେଟ ଉପସ୍ତାପନ କରାଯିବ ନାହିଁ ବୋଲି କହିଥିଲେ ଜେଟଲୀ । ବଜେଟ ଏପରି ଏକ ଦସ୍ତାବିଜ, ଯାହା ଅନୁସାରେ, ସରକାର ଆଗାମୀ ଆର୍ଥିକ ବର୍ଷ ମଧ୍ୟରେ ଅନୁମାନିତ ବ୍ୟୟ ଏବଂ ରାଜସ୍ୱ ଉପସ୍ଥାପନ କରିଥାନ୍ତି । ଏହାପରେ ଏହାକୁ ସଂସଦ ତରପରୁ ମଞ୍ଜୁରୀ ମିଳିଥାଏ । ଏହି ପରମ୍ପରା ୧୮୬୦ ଦଶକରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

କାହିଁକି ଫେବୃଆରୀ ୧ ରେ ବଜେଟ ଉପସ୍ଥାପନ କରାଯାଏ?

ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ, ବ୍ରିଟିଶ ଶାସନ ଅନୁସାରେ, ଔପନିବେଶ ଯୁଗରେ ଲାଗୁହୋଇଥି ା ୯୨ ବର୍ଷ ପୁରୁଣା ପ୍ରଥାକୁ ସମାପ୍ତ କରିବା ପାଇଁ ବଜେଟ ମାସର ଶେଷ ଦିନ ପରିବର୍ତ୍ତେ ଫେବୃଆରୀ ୧ ତାରିଖରେ ଉପସ୍ଥାପନ କରାଯାଏ । ଏହା ପୂର୍ବରୁ ଫେବୃଆରୀ ଶେଷ ଦିନରେ ଉପସ୍ଥାପନ କରଯାଉଥିଲା । ତେଣୁ ସରକାରଙ୍କ ନିକଟରେ ଏପ୍ରିଲ ୧ରୁ ଲାଗୁ କରାଯିବା ପାଇଁ ବିଭିନ୍ନ ନୂଆ ନୀତି ପ୍ରସ୍ତୁତ କରିବା ପାଇଁ କୁବ କମ୍ ସମୟ ବାକି ରହିଥିଲା । ତେଣୁ ଏହାକୁ ପରିବର୍ତ୍ତନ କରି ଫେବୃଆରୀ ୧ ତାରିଖ ରଖାଯାଇଥିଲା ।

ଏହାସହିତ ତତ୍କାଳୀନ ଅର୍ଥମନ୍ତ୍ରୀ ରେଲୱେ ପାଇଁ ଅଲଗା ବଜେଟ ଉପସ୍ଥାପନ କରିବା ପରମ୍ପରା ମଧ୍ୟ ଶେଷ କରିଥିଲେ । ରେଲୱେ ବଜେଟକୁ କେନ୍ଦ୍ରୀୟ ବଜେଟ ସହ ଯୋଡ଼ି ଦେଇଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତେବେ ଚଳତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ତର ପାଇଁ ନିଜର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ୧୯୯୯ ପର୍ଯ୍ୟନ୍ତ ଫେବୃଆରୀ ଶେଷ ଦିନ ସନ୍ଧ୍ୟା ୫ଟାରେ ବଜେଟ ଉପସ୍ଥାପନ କରାଯାଉଥିଲା । ଏହି ତାରିଖ ବ୍ରିଟେନ ସମୟରୁ ଧାର୍ଯ୍ୟ କରାଯାଇଥିଲା ।

Get real time updates directly on you device, subscribe now.