fbpx
BJD SKY
BJD SKY

(ଭିଡ଼ିଓ)ଜାତୀୟ କୃଷକ ଦିବସ: କ୍ରାଫ୍ଟ ମାଧ୍ୟମରେ କୃଷକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

BJD

ଜାତୀୟ କୃଷକ ଦିବସ ଉପଲକ୍ଷେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ପେପର କାଟୁନ ମାଧ୍ୟମରେ ୧ ଫୂଟ ଉଚ୍ଚତାରେ ଚାଷଜମିରେ କାର୍ଯ୍ୟରତ ଏକ କୃଷକର କ୍ରାଫ୍ଟ କରିଛନ୍ତି । ଚାଷଜମି ପାଇଁ ସେ ଏକ ଥାଳିରେ ମାଟି ରଖି ଦୁବ ଓ ଘାସ ଗଛ ଲଗେଇଛନ୍ତି ଏବଂ ଗୋଟେ ପାଳଭୂତ ରଖିଛନ୍ତି । କୃଷକ ହାତରେ ଷ୍ଟ୍ର ରେ ଜାତୀୟ ପତାକା ଧରିଛନ୍ତି ଏବଂ ସେଥିରେ ଲେଖା ହୋଇଛି ଜୟ ଜବାନ, ଜୟ କିଷାନ, ଜାତୀୟ କୃଷକ ଦିବସ 2021. ଅନ୍ୟ ଏକ ହାତରେ ଧାନ ଗୁଚ୍ଛା ଧରିଛନ୍ତି । ତା ଆଗରେ ସମସ୍ତ ଶସ୍ୟ, ମକା, ଧାନ ଓ ପରିବା ମଧ୍ୟ ରଖିଛନ୍ତି ।

କୃଷକ ମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ. ସେମାନଙ୍କର ଉର୍ନ୍ନତି ଆମ ଦେଶର ଉର୍ନ୍ନତି । ନେହରୁଜୀ କହିଥିଲେ ଜୟ ଜବାନ, ଜୟ କିଷାନ ଏବଂ ଅଟଳବିହାରୀ ବାଜପେୟୀଜୀ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ କହିଥିଲେ । ଚାଷୀଭାଇ ଦିନ ରାତି ଖରାବର୍ଷା ସହି ଆମକୁ ଆହାର ଦିଅନ୍ତି । ତେବେ ଆଜିର ଏହି ଦିବସରେ ପ୍ରିୟଙ୍କା ଏହି ଚିତ୍ର ସେଇ ଚାଷୀଭାଇଙ୍କ ଉଦ୍ୟେଶରେ ସମର୍ପଣ କରିଛନ୍ତି ।

Get real time updates directly on you device, subscribe now.