fbpx
BSKY SKY
BSKY SKY

ଉଦ୍ଧାର ହେଲା ପ୍ରିୟାଂଶ: ୩୦୦ ଫୁଟ ବୋରୱେଲ ଭିତରୁ ଶିଶୁକୁ ବାହାର କଲା ପ୍ରଶାସନ, କିନ୍ତୁ ଅବସ୍ଥା…

BSKY

ଭୋପାଳ: ସାଢେ ୫ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ୩୦୦ ଫୁଟ ବୋରୱେଲ ଭିତରୁ ଉଦ୍ଧାର ହୋଇଛି ପ୍ରିୟାଂଶ । ଉଦ୍ଧାର ପରେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ତାଙ୍କର ଚିକିତ୍ସା ଏବେ ବି ଜାରି ରଖିଛନ୍ତି । କିନ୍ତୁ ମାଟି ଭିତରେ ଲମ୍ବା ସମୟ ରହି ଅଣ ନିଶ୍ୱାସୀ ହୋଇ ପଡିଥିଲା ପ୍ରିୟାଂଶ । ଫଳରେ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

ସୂଚନା ଅନୁସାରେ, ଦମୋହ ଜିଲ୍ଲା ପଟେରା ଥାନା ଅନ୍ତର୍ଗତ ବାରଖେଡ଼ା ଗ୍ରାମରେ ଏମିତି ଏକ ଅଘଟଣ ଘଟିଥିବା ଖବର ପାଇଥିଲା ପୋଲିସ । ଏହି ବୋରୱେଲ ଖୋଳାହେବା ସମୟରେ ଏହାକୁ ସଠିକ ଭାବରେ ଘୋଡାଯାଇ ନଥିଲା । ଫଳରେ ପିଲାଟି ଖେଳୁ ଖେଳୁ ଏହା ଭିତରେ ଖସି ପଡିଥିବା ଜଣାଯାଇଛି । ପଟେରା ପୋଲିସ ଏବଂ ଉଦ୍ଧାରକାରୀ ଟିମର ଦୀର୍ଘ ସମୟର ଚେଷ୍ଟା ପରେ ପ୍ରିୟାଂଶକୁ ଉଦ୍ଧାର କରିଛି ପ୍ରଶାସନ । ତେବେ ଅଚେତ ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିବା ବେଳେ ସଙ୍ଗେ ସଙ୍ଗେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଶିଶୁଟିର ଚିକିତ୍ସା ଜାରି ରଖିଥିବା ବେଳେ ସ୍ୱସ୍ଥ୍ୟବସ୍ଥା ନେଇ ଏବେ ଅଧିକ କିଛି ଖବର ହସ୍ତଗତ ହୋଇ ନାହିଁ ।

Get real time updates directly on you device, subscribe now.