fbpx

କ୍ରିକେଟରଙ୍କ ହାତରେ ହାତକଡି: ଗିରଫ ହେଲେ ଭାରତର ପୂର୍ବତନ ଖେଳାଳି, ସଚିନଙ୍କ ସହ ଖେଳିଛନ୍ତି ମ୍ୟାଚ

ମୁମ୍ବାଇ: ଭାରତର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ନିଶାଶକ୍ତ ଅବସ୍ଥାରେ ଅଜଣା ଗାଡିକୁ ଧକ୍କା ଦେବା ଅଭିଯୋଗରେ ବିନୋଦଙ୍କ ହାତରେ ଲାଗିଛି ହାତକଡି । ଏ ନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି । ତେବେ ବିନୋଦ ଜାମିନରେ ଫେରି ଆସିଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବତନ ଭାରତୀୟ ଖେଳାଳି ବିନୋଦ କାମ୍ବଲୀଙ୍କୁ ବେପରୁଆ ଗାଡି ଚାଳନା ପାଇଁ ଗିରଫ କରାଯାଇଛି । ମଦ୍ୟପାନ କରି ଗାଡି ଚଲାଉଥିବା ବେଳେ ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା ବିନୋଦଙ୍କ ଗାଡି । ଫଳରେ ବାନ୍ଦ୍ରାରେ ନିଜ ସୋସାଇଟିର ଗେଟକୁ ମଧ୍ୟ ଧକ୍କା ଦେଇଥିଲେ । ଏହି ଅଭିଯୋଗରେ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହାସହ ଆଇପିସି ଧାରା ୨୭୯(ବେପରୁଆ ଗାଡି ଚାଳନା), ୩୩୬(ଅନ୍ୟର ଜୀବନ ବିପଦରେ ପକାଇବା) ଏବଂ ୪୨୭(କ୍ଷତି ଘଟାଇବା ଭଳି କାର୍ଯ୍ୟ) ଇତ୍ୟାଦି ଚାର୍ଜସିଟରେ ପୋଲିସ ଦାଖଲ କରିଥିଲା । କିନ୍ତୁ କିଛି ସମୟ ପରେ ଜାମିନରେ ତାଙ୍କୁ ଛାଡିଛି ପୋଲିସ । ବିନୋଦ ଭାରତ ତରଫରୁ ୧୭ ଟେଷ୍ଟ ଏବଂ ୧୦୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ତେବେ ୧୯୯୩-୨୦୦୦ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟରେ ଏକ ଜଣାଶୁଣା ଚେହେରା ଥିଲେ ବିନୋଦ କାମ୍ବଲୀ । ଏହାବ୍ୟତୀତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ତାଙ୍କର ବନ୍ଧୁତା ଖୁବ ଘନିଷ୍ଠ ଥିଲା ।

Get real time updates directly on you device, subscribe now.