fbpx

ଧର୍ମଶାଳାରେ ଗର୍ଜିଲା ଶ୍ରେୟସଙ୍କ ବ୍ୟାଟ୍: ଟି-୨୦ ସିରିଜ୍ କ୍ଲିନସୁଇପ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଟି-୨୦ ସିରିଜକୁ କ୍ଲିନ ସୁଇପ କରିନେଇଛି ଭାରତ । ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟାରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଏହି ମୁକାବିଲାକୁ ୬ ୱିକେଟରେ ଜିତି ନେବା ସହିତ କ୍ଲିନ ସୁଇପ କରିଛି । ଶ୍ରେୟସ ଆୟର ଲଗାତାର ତୃତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଛନ୍ତି । ୧୪୭ ରନର ପିଛା କରୁଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଅପରାଜିତ ୭୩ ରନ କରିଥିଲେ । ୪୫ ବଲ ଖେଳିଥିବା ଶ୍ରେୟସ୍ ୯ ଚୌକା ଏବଂ ୧ ଛକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୧୮ ଓ ଦୀପକ ହୁଡା ୨୧ ରନ କରିଥିଲେ । ରବୀନ୍ଦ୍ର ଜାଡେଜା ୧୫ଟି ବଲରୁ ୨୨ ରନ କରି ଦଳକୁ ଫିନିଶ ଲାଇନ ପାର କରାଇଥିଲେ । ଲାହିରୁ କୁମାରା ସର୍ବାଧିକ ଦୁଇଟି ୱିକେଟ ନେଇଥିବା ବେଳେ ଚମିରାଓ କରୁଣାରତ୍ନେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଅନ୍ତିମ ମୁକାବିଲାରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ତେବେ ଆଭେଶ୍ ଖାନ୍ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଫଳରେ ଶ୍ରୀଲଙ୍କା ମାତ୍ର ୧୧ ରନରେ ୩ଟି ୱିକେଟ ହରାଇଥିଲା । ଦଳ ୬୦ ରନରେ ୫ ୱିକେଟ ହରାଇବା ପରେ ଅଧିନାୟକ ଦଶୁନ ସନକା ଇନିଂସ ସମ୍ଭାଳିଥିଲେ । ଗୋଟିଏ ପଟୁ ନିୟମିତ ୱିକେଟ ପଡି ଚାଲିଥିଲେ ହେଁ ଶନକା ମାତ୍ର ୩୮ ବଲ ଖେଳି ୭୪ ରନ କରିଥିଲେ । ଏହି ଇନିଂସରେ ୯ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଭାରତ ପକ୍ଷରୁ ଆଭେଶ ଖାନ ୨୨ ରନରେ ଦୁଇଟି ୱିକେଟ ନେଇଥିବା ବେଳେ ଅନ୍ୟ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.