fbpx
BJD SKY
BJD SKY

ଭାରତୀୟ ଘରୋଇ କ୍ରିକେଟରେ ବଢିଲା ପୁରସ୍କାର ରାଶି, ଜୟ ଶାହା କଲେ ଐତିହାସିକ ଘୋଷଣା

BJD

ମୁମ୍ବାଇ: ଭାରତରେ କ୍ରିକେଟ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି । ଯାହାଦ୍ୱାରା ଘରୋଇ କ୍ରିକେଟ୍‌କୁ ଏକ ନୂଆ ଉର୍ଜା ଏବଂ ଖେଳାଳିଙ୍କ ଉତ୍ସାହ ବଢିବ । ବିସିସିଆଇ ସଚିବ ସମସ୍ତ ଘରୋଇ କ୍ରିକେଟ୍ ପ୍ରାଇଜ୍ ମନି ବଢାଇବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା କରି ଖୁସି ବ୍ୟକ୍ତ କରିଛନ୍ତି ଜୟ ଶାହା ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଭାରତୀୟ କ୍ରିକେଟର ମେରୁଦଣ୍ଡ ଥିବା ଘରୋଇ କ୍ରିକେଟରେ ଆମେ ବିନିଯୋଗ ଜାରି ରଖିବୁ । ଯେଉଁମାନେ ରଣଜୀ ଟ୍ରଫି ଜିତନ୍ତି ସେମାନେ ବର୍ତ୍ତମାନ ୫ କୋଟି ଟଙ୍କା ପାଇବେ, ପୂର୍ବରୁ ସେମାନେ ମାତ୍ର ୨ କୋଟି ଟଙ୍କା ପାଉଥିଲେ । ଏହା ବ୍ୟତୀତ ରଣଜୀ ଟ୍ରଫି ଟୁର୍ନାମେଣ୍ଟର ରନର୍ ଅପ୍ ଦଳ ୩ କୋଟି ଟଙ୍କା ପାଇବ, ପୂର୍ବରୁ ସେମାନେ ୧ କୋଟି ଟଙ୍କା ପାଉଥିଲେ । ଏଥି ସହିତ ସେମିଫାଇନାଲରେ ହାରିଥିବା ଦଳକୁ ୧ କୋଟି ଟଙ୍କା ମିଳିବ, ଯାହା ପୂର୍ବରୁ ଏହା ୫୦ ଲକ୍ଷ ଟଙ୍କା ଥିଲା ।

ଏଥି ସହିତ ଘରୋଇ ମହିଳା କ୍ରିକେଟରମାନେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଟଙ୍କା ପାଇବାକୁ ଯାଉଛନ୍ତି । ସିନିୟର ମହିଳା ଦିନିକିଆ ଟ୍ରଫି ଜିତିଥିବା ଦଳ ପୂର୍ବରୁ ମାତ୍ର ୬ ଲକ୍ଷ ଟଙ୍କା ପାଇଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ୫୦ ଲକ୍ଷ ଟଙ୍କା ମିଳିବ । ଏହା ସହିତ ସେ କହିଛନ୍ତି ଯେ, ଘରୋଇ କ୍ରିକେଟ୍ ରେ ଆମେ ଆମର କଠିନ ପରିଶ୍ରମ ଜାରି ରଖିବୁ, ଯାହା ଭାରତୀୟ କ୍ରିକେଟ୍ ର ମେରୁଦଣ୍ଡ ଅଟେ ।

Get real time updates directly on you device, subscribe now.