fbpx
BJD SKY
BJD SKY

NSCSର ବଡ଼ ଖୁଲାସା: ଚୀନ କମ୍ପାନୀ ସହ ୨୦୦ କୋଟିର ଡିଲ୍ କରିଛି ଭୋଡ଼ାଫୋନ!

BJD

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ସମନ୍ୱୟ ସଚିବାଳୟ (ଏନଏସସିଏସ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଟେଲିକମ ଅପରେଟର ଭୋଡ଼ାଫୋନ ଆଇଡିଆ ଏକ ବଡ଼ ଡିଲକୁ ନେଇ ବିବାଦରେ ଫଶିପାରେ । ଏହି ଟେଲିକମ୍ କମ୍ପାନୀ ପାଖାପାଖି ୨୦୦ କୋଟିର ଅର୍ଡର ଚୀନର କମ୍ପାନୀକୁ ଦେଇଥିବା କୁହାଯାଉଛି । ଏହି କମ୍ପାନୀର ନାମ ଜେଡଟିଇ ବୋଲି କୁହାଯାଉଛି ।

ବ୍ରଡବ୍ୟାଣ୍ଡ ନେଟୱାର୍କ ସାମଗ୍ରୀ ପାଇଁ ଟେଲିକମ୍ କମ୍ପାନୀ ଏହି ଅର୍ଡର ଦେଇଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସର୍କଲ ପାଇଁ ଏହି ଅର୍ଡର ପ୍ରଦାନ କରାଯାଇଥିବା କୁହାଯାଉଛି । ତେବେ ଏହି ମାମଲାରେ ଭୋଡ଼ାଫୋନ ପକ୍ଷରୁ କୌଣସି ବୟାନ ଆସିନାହିଁ ।

ଏହା ପୂର୍ବରୁ ଗତ ୨୦୨୦ ମସିହା ଡିସେମ୍ବର ମାସ ୧୬ ତାରିଖରେ ମନ୍ତ୍ରିମଣ୍ଡଳର ସୁରକ୍ଷା ସମ୍ବନ୍ଧୀୟ ସମିତି ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଦୂରସଞ୍ଚାର କ୍ଷେତ୍ରକୁ ନେଇ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶକୁ ସମିତି ତରଫରୁ ମଞ୍ଜୁରୀ ମିଳିଥିଲା । ଏକ ଭରସାଯୋଗ୍ୟ ଉତ୍ସ ମାଧ୍ୟମରେ ଟେଲିକମ କମ୍ପାନୀ ବା ସେବା ପ୍ରଦାନକାରୀ ଉପକରଣ କ୍ରୟ କରିପାରିବେ ବୋଲି କୁହାଯାଇଥିଲା । ଏ ସମ୍ପର୍କୀୟ ସମସ୍ତ କାର୍ଯ୍ୟ ଏକ ବିଶ୍ୱସ୍ତ ଟେଲିକମ୍ ପୋର୍ଟାଲ ମାଧ୍ୟମରେ କରାଯାଇଥାଏ । ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଙ୍କ ନେତୃତ୍ୱରେ ଗଠିତ କମିଟି ଦ୍ୱାରା ଏହି ବିଶ୍ୱସ୍ତ ଉତ୍ସ ଓ ପ୍ରଡକ୍ଟକୁ ମଞ୍ଜୁରୀ ମିଳିଥାଏ । ତେବେ ସରକାରୀ ସୂତ୍ର ଅନୁଯାୟୀ, ଭୋଡ଼ାଫୋନର ଏହି ଡିଲକୁ ନେଇ କେହି ଜଣେ ଏନଏସସିଏସ ନିକଟରେ ଆପତ୍ତି ଉଠାଇଥିଲେ ।

Get real time updates directly on you device, subscribe now.