fbpx
BJD SKY
BJD SKY

ଦିଲ୍ଲୀ ଅବକାରୀ ନୀତି ମାମାଲ: ୯ ଘଣ୍ଟା ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ

BJD

ନୁଆଦିଲ୍ଲୀ: ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମାମାଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ଶେଷ ହୋଇଛି । ସିବିଆଇ କାର୍ଯ୍ୟାଳୟରେ ଦିର୍ଘ ୯ ଘଣ୍ଟା ପ୍ରଶ୍ନ ଉତ୍ତର ପରେ ଅରବିନ୍ଦ କେଜ୍ରିବାଲ ସିବିଆଇ କାର୍ଯ୍ୟାଳୟ ବାହାରକୁ ଆସିଛନ୍ତି । ଆଜି ସକାଳରୁ କେଜ୍ରିବାଲଙ୍କୁ ପଚରା ଉଚରା ଆରମ୍ଭ ହୋଇଥିଲା ।

ଏହା ପୁର୍ବରୁ ଶୁକ୍ରବାର ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରା ଉଚରା କରିବା ପାଇଁ ସମନ କରାଯାଇଥିଲା । ଯାହା ପରେ ଆଜି ସକାଳ ୧୧ଟା ସମୟରେ ପ୍ରଶ୍ନ ଉତ୍ତର କରାଯାଇଥିଲା । ନ୍ୟୁଜ୍ ଏଜେନ୍ସୀ ପିଟିଆଇ ଅଧିକାରୀଙ୍କ ସୁତ୍ରରୁ ରିପୋର୍ଟ କରିଛନ୍ତି ଯେ, କେଜ୍ରିୱାଲଙ୍କୁ ପ୍ରାୟ ୯ ଘଣ୍ଟା ପ୍ରଶ୍ନ କରାଯାଇଥିଲା ।

ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଉଛି ଯେ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ଛାଡ଼ୁଛନ୍ତି। ସେ ତାଙ୍କ କାରରେ ବସିଥିବା ସିବିଆଇ ମୁଖ୍ୟାଳୟରୁ ବାହାରି ଆସିଥିଲେ। ଏହି ସମୟରେ ସେଠାରେ ଅନେକ ଗଣମାଧ୍ୟମ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ କେଜ୍ରିୱାଲ ଗଣମାଧ୍ୟମ ସହ କଥା ହୋଇ ସେଠାରୁ ବାହାରି ଯାଇଥିଲେ।

Get real time updates directly on you device, subscribe now.