କାଉଣ୍ଟଡାଉନ୍ ଆରମ୍ଭ, ଆଜି ଅପରାହ୍ନରେ ଲଞ୍ଚ ହେବ Proba-3 Mission

ନୂଆଦିଲ୍ଲୀ :  ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆଜି ସନ୍ଧ୍ୟା ୪ଟା ୮ ମିନିଟ ସମୟରେ ୟୁରୋପୀୟ ମହାକାଶ ଏଜେନ୍ସି ର ପ୍ରୋବା-୩ ମିଶନ ଲଞ୍ଚ କରିବ ଇସ୍ରୋ । ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ ସେଣ୍ଟରର ଲଞ୍ଚପ୍‌ୟାଡ ୧ରୁ ପିଏସଏଲଭି ଏକ୍ସଏଲ ରକେଟରେ ଏହାକୁ ଉତକ୍ଷେପଣ କରାଯିବ । ତେବେ ଯେଉଁମାନେ ଚାହିଁବେ ସେମାନେ ସିଧାପ୍ରସାରଣ ମଧ୍ୟ ଦେଖିପାରିବେ । ୟୁଟ୍‌ୟୁବ କିମ୍ବା ଇସ୍ରୋ ୱେବସାଇଟରେ ଏହାକୁ ଦେଖି ହେବ । ଏହି ବ୍‌ୟବହୃତ ହେଉଥିବା ରକେଟର ଉଚ୍ଚତା ୧୪୫.୯୯ ଫୁଟ ଅଟେ । ଏହାସହିତ ଓଜନ ୩୨୦ ଟନ୍ ଅଟେ ।

ଯଦି ଦେଖିବା ପ୍ରୋବା-୩ ବିଶ୍ୱର ପ୍ରଥମ ପ୍ରେସିଶନ ଫର୍ମେସନ ଫ୍ଲାଇଙ୍ଗ ସାଟେଲାଇଟ ଅଟେ । ଏଥିରେ ଗୋଟିଏ ନୁହେଁ ବରଂ ଦୁଇଟି ସାଟେଲାଇଟ ଲଞ୍ଚ ହେବ । ପ୍ରଥମଟି କୋରୋନାଗ୍ରାଫ ସ୍ପେସକ୍ରାଫ୍ଟ ଏବଂ ଅକଲ୍ଟର ସ୍ପେସକ୍ରାଫ୍ଟ । ତେବେ ପ୍ରଥମ ସ୍ପେସକ୍ରାଫ୍ଟ ଅର୍ଥାତ କୋରୋନାଗ୍ରାଫ ସୂର୍ଯ୍ୟ ଆଡକୁ ମୁହଁ କରି ରହିବ । ଏହି ସ୍ପେସକ୍ରାଫ୍ଟରେ ରହିଥିବା ଉପକରଣ ବାହ୍ୟ ଏବଂ ଆଭ୍ୟନ୍ତରୀଣ କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ । ଅନ୍ୟପଟେ ଅକଲ୍ଟର ସ୍ପେସକ୍ରାଫ୍ଟ କୋରୋନାର ପଛରେ ରହିବ । ଏହା କୋରାନାରୁ ମିଳୁଥିବା ତଥ୍ୟକୁ ଅଧ୍ୟୟନନ କରିବ ।