fbpx

ଫିଲ୍ମ ନିର୍ମାତା କରୀମ ମୋରାନିଙ୍କ ଝିଅ କରୋନା ପଜିଟିଭ୍, ପୁରା ପରିବାରର ହେବ ଟେଷ୍ଟ

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ କନିକା କପୂରଙ୍କ ପରେ ‘ଚେନ୍ନାଇ ଏକ୍ସପ୍ରେସ’ର ନିର୍ମାତା କରୀମ ମୋରାନିଙ୍କ ଝିଅ ଶାଜା ମୋରାନିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଶାଜା ବର୍ତ୍ତମାନ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବଶିଷ୍ଟ ପରିବାର କ୍ୱାରେଣ୍ଟାଇନରେ ଅଛନ୍ତି । ଖୁବଶୀଘ୍ର ତାଙ୍କ ସମସ୍ତ ପରିବାର ସଦସ୍ୟଙ୍କ ଟେଷ୍ଟ କରାଯିବ । ଶାହାରୁଖ ଖାନଙ୍କ ଅତି ନିକଟତମ କୁହାଯାଉଥିବା କରୀମ ବର୍ତ୍ତମାନ ସମୟରେ ବହୁ ଚିନ୍ତିତ ଅଛନ୍ତି ।

ତେବେ କରୀମ ତାଙ୍କ ପରିବାର ସହ ମୁମ୍ବାଇର ଜୁହୁ ଅଞ୍ଚଳରେ ରହୁଛନ୍ତି । ଏହି ଅଞ୍ଚଳରେ ବହୁ ବଲିଉଡ୍ ତାରକା ମଧ୍ୟ ରହୁଥିବାର ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ବହୁ ମାମଲା ସମ୍ନାକୁ ଆସିଥିଲେ ବି ଜୁହୁରେ ଏହା ପ୍ରଥମ ମାମଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.