fbpx

(Video) ଭିଡିଓ ଦେଖି ସସ୍ମିତାଙ୍କୁ ଖୋଜି ଗୀତ ଗାଇବାକୁ ସୁଯୋଗ ଦେଲି: ଏବେ ସମସ୍ତେ ମୋତେ ଖଳନାୟକ ବନାଉଛନ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୋସିଆଲ ବ୍ୟବହାର ବହୁଳ ଭାବେ ବଢ଼ିଚାଲିଛି । ସାମାନ୍ୟ ଭୁଲ୍ ପାଇଁ କାହାର ମାନ ସମ୍ମାନ ଚାଲିଯାଉଛି ତ ଆଉ କିଏ ନିଜର ପ୍ରତିଭା ଦେଖାଇ ରାତାରାତି ଷ୍ଟାର ପାଲଟି ଯାଉଛି । ପୂର୍ବରୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଗୀତ ଗାଇ ରାନୁ ମଣ୍ଡଳ ଭାଇରାଲ ହୋଇଥିଲେ । ତେବେ ଏହା ମଧ୍ୟରେ ପୁଣି ଜଣେ ମହିଳା ଗୀତ ଗାଇ ସୋସିଆଲ ମିଡ଼ିଆରେ ଷ୍ଟାର ପାଲଟି ଯାଇଛନ୍ତି । ସେ ହେଉଛନ୍ତି ବାଲେଶ୍ୱରର ଝିଅ ସସ୍ମିତା ଜେନା ।

ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟରେ ଭିକ ମାଗିବା ସହିତ ସୁନ୍ଦର ସୁନ୍ଦର ଗୀତ ଗାଉଥିଲେ ସସ୍ମିତା । ତେବେ ସସ୍ମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ ସୁବାଷ ନାମକ ଜଣେ ପ୍ରଯୋଜକ । ମାତ୍ର ଏହା ମଧ୍ୟରେ ସୁବାଷଙ୍କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ସସ୍ମିତାଙ୍କୁ ଖୋଜି ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ହେଁ ତାଙ୍କୁ ବିଭିନ୍ନ ମହଲରୁ ଖଳନାୟକ ଭାବେ ଚିତ୍ରଣ କରାଯାଉଥିବା କାନ୍ଦିକାନ୍ଦି କହିଛନ୍ତି ସୁବାଷ ।

ସୁବାଷ କହିଛନ୍ତି, ସସ୍ମିତାଙ୍କୁ ନ୍ୟୁଜରେ ଦେଖିବା ପରେ ତାଙ୍କୁ ଖୋଜିଥିଲେ ଓ ତାଙ୍କୁ ନେଇ ଷ୍ଟୁଡିଓରେ ଗୀତ ରେକର୍ଡିଂ କରିଥିଲେ । ଏଥିସହିତ ସେ ସସ୍ମିତାଙ୍କର ଖାଇବା, ରହିବାର ବ୍ୟବସ୍ଥା ମଧ୍ୟ କରିଥିଲେ । ତେବେ ଏହି ଗୀତଟି ଏତେ ଭାଇରାଲ ହେବ ବୋଲି ସେ ଜାଣିନଥିଲେ । ତାଙ୍କ ପରିବାର ଲୋକେ ତାଙ୍କୁ ଘରୁ ବାହାର କରିଦେବାକୁ କହୁଛନ୍ତି । ଲୋକମାନେ ତାଙ୍କୁ ଖଳନାୟକ କହିବା ସହିତ ବହୁ ଅପଶବ୍ଦ ପ୍ରୟୋଗ କରୁଛନ୍ତି । ବିଭିନ୍ନ ଆଡ଼ୁ ନିନ୍ଦା ଶୁଣିବା ପରେ ସୁବାଷ ମର୍ମାହତ ହୋଇଛନ୍ତି ।

Get real time updates directly on you device, subscribe now.