fbpx

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବିଧୁଭୂଷଣ ମିଶ୍ର

ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ କୁଳପତି ଭାବେ ନିଯୁକ୍ତ କରିଛନ୍ତି । ସେ ୪
ବର୍ଷ ଏହି ପଦବୀରେ କାର୍ଯ୍ୟ କରିବେ । ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ପ୍ରଫେସର ଭାବେ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଛନ୍ତି ।

ପ୍ରଫେସର ମିଶ୍ର ୯ଟି ପୁସ୍ତକ ଲେଖିବା ସହ ତାଙ୍କର ଶତାଧିକ ଲେଖା ପ୍ରକାଶିତ ହୋଇଛି। ତାଙ୍କ ମାର୍ଗଦର୍ଶନରେ ଜଣେ ଡିଲିଟ୍ କରିଥିବା ବେଳେ ୩୯ ଜଣ ପିଏଚ୍‌ଡି ଓ ୩ ଜଣ ଏମ୍‌ଫିଲ୍ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଫେସର ସନ୍ଦୀପ୍‍ ମିତ୍ତଲ ଇସ୍ତଫା ଦେବାପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦ ଖାଲି ପଡିଥିଲା ।

 

Get real time updates directly on you device, subscribe now.