fbpx

ପୃଥିବୀ ଉପରକୁ ମାଡିଆସୁଛି ଏକ ଧୂମକେତୁ; ୫୦ ହଜାର ବର୍ଷରେ ୨ ଥର ଦେଖିବାକୁ ମିଳିବ ଏହି ଦୃଶ୍ୟ

ନୂଆଦିଲ୍ଲୀ: ବୌଜ୍ଞାନିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିଥାନ୍ତି । ଏହାପରେ ସେମାନେ ଏହି ରିସର୍ଚ୍ଚର ସବିଶେଷ ତଥ୍ୟା ପାଇସାରିବା ପରେ ଏହାକୁ ଲୋକ ଲୋଚନକୁ ଆଣିଥାନ୍ତି । ତେବେ ପୂର୍ବରୁ ସେମାନେ ଏପରି ଅନେକ ଘଟଣା ଲୋକ ଲୋଚନକୁ ଆଣିଥିବା ବେଳେ ବର୍ତ୍ତମାନ ଏକ ଘଟଣାକୁ ସେମାନେ ସାମ୍ନାକୁ ଆଣିଛନ୍ତି । ତେବେ ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ପୃଥିବୀ ଆଡକୁ ଏକ ବିରଳ ଧୂମକେତୁ ମାଡିଆସୁଛି । ଯାହାକି ଆସନ୍ତା ମାସ ଦେଖିବାକୁ ମିଳିବ ।

ଜାତୀୟ ଗଣମାଧ୍ୟରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ମଝିରେ ମଝିରେ ଧୂମକେତୁ ପୃଥିବୀ ମୁହାଁ ହୋଇଥାନ୍ତି । ଯାହାକି ଏକ ସାଧାରଣ କଥା । କିନ୍ତୁ ଚଳିତ ଥର ଯେଉଁ ଧୂମକେତୁ ପୃଥିବୀ ମୁହାଁ ହୋଇଛି , ତାହା ଏକ ବିରଳ ଏବଂ ବିଶାଳ ଧୂମକେତୁ । ଏହାର ବିଶେଷତ୍ୱ ହେଉଛି ଏହା ୫୦ ହଜାର ବର୍ଷ ମଧ୍ୟ ଦ୍ୱିତୀୟ ଥର ପାଇଁ ପୃଥିବୀ ଆଡକୁ ମାଡିଆସୁଛି । ଏଥିସହିତ ଆସନ୍ତା ଫେବୃଆରୀ ୧ ତାରିଖରେ ଏହା ଦୃଶ୍ୟମାନ ହେବ । ଯାହାକୁ ଲୋକେ ଖାଲି ଆଖିରେ ଦେଖିପାରିବେ । ଏତତ୍ ବ୍ୟତୀତ ବୈଜ୍ଞାନିକମାନେ ଏହି ଧୂମ କେତୁର ନାଁ ମଧ୍ୟ ରଖିଛନ୍ତି । ଯାହା ହେଉଛି /2022 E3 । ଏତତ ବ୍ୟତୀତ ଏହାର ସଂକ୍ଷିପ୍ତ ନାମ ହେଉଛି(ZTF)।

ତେବେ ପ୍ରଥମ ଥର ପାଇଁ ଯେତେବେଳେ ଏହି ଧୂମକେତୁ ପୃଥିବୀର ନିକଟତର ହୋଇଥିଲା ସେତେବେଳେ ଆଦିମାନବ ବସବାସ କରୁଥିଲେ । ଏହାପରେ ଏହା ଦ୍ୱିତୀୟ ଥର ପାଇଁ ପୃଥିବୀର ନିକଟତର ହେବାକୁ ଯାଉଛି । ଯାହାର ଆକାର ପୂର୍ବ ଧୂମକେତୁ ଠାରୁ ଛୋଟ ରହିଥିବା ବୈଜ୍ଞାନିକମାନେ କହିଛନ୍ତି । ଯାହାଫଳରେ ପୃଥିବୀ ପ୍ରତି ବିପଦର ଆଶଙ୍କା କମ୍ ରହିଥିବା ଜଣାପଡିଛି । ଏହି ଧୂମକେତୁ ବିଷୟରେ ଗତବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ସୂଚନା ମିଳିଥିଲା । ଯାହାକି ସେ ସମୟରେ ବୃହସ୍ପତ୍ତି ନିକଟ ଦେଇ ଗତି କରୁଥିଲା । ଏହାପରଠାରୁ ବୈଜ୍ଞାନିକମାନେ ଏହି ଘଟଣାକୁ ନେଇ ରିସର୍ଚ୍ଚ ଆରମ୍ଭ କରିଦେଇଥିଲେ । ତେବେ ରିସର୍ଚ୍ଚ ଅନୁଯାୟୀ ଜାନୁଆରୀ ୧୨ ତାରିଖରେ ଏହା ସୂର୍ଯ୍ୟଙ୍କ ନିକଟତର ହେବ । ଏହାପରେ ଫେବୃଆରୀ ୧ ତାରିଖରେ ଏହି ଧୂମକେତୁ ପୃଥିବୀର ନିକଟ ବର୍ତ୍ତି ହେବ ବୋଲି ଜଣାପଡିଛି । ଯହାକି ଖାଲି ଆଖିରେ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.