fbpx
BJD SKY
BJD SKY

(Video) ରସ୍ ଟେଲର ମାରିଲେ ଛକା: ଗୋଟିଏ ହାତରେ କ୍ୟାଚ ଧରିଲେ ବାପା, ଦର୍ଶକ ହେଲେ ଆବାକାବା

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫଟାଫଟ୍ କ୍ରିକେଟ ଟି-୨୦ ବହୁତ ଲୋକପ୍ରିୟତା ହାସଲ କରିଛି । ତେବେ ସୀମିତ ଓଭର କ୍ରିକେଟ ଫର୍ମାଟରୁ ଏକ ବଢ଼ିଆ ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ଗୋଟିଏ ହାତରେ ତାଙ୍କର ପୁଅକୁ ଧରିଥିବା ବେଳେ ଅନ୍ୟ ହାତରେ ବଲକୁ କ୍ୟାଚ କରିନେଇଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ନ୍ୟୁଜିଲାଣ୍ଡରେ ବର୍ତ୍ତମାନ ସମୟରେ ସୁପର ସ୍ମାଶ ଟି-୨୦ ପ୍ରତିଯୋଗିତାର ଆୟୋଜନ ଚାଲିଛି । ଏହି ଅବସରରେ ସେଣ୍ଟ୍ରାଲ ଷ୍ଟଗସ ଓ ଅକଲ୍ୟାଣ୍ଡ ଏସେସ ଦୁଇ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା । ଗତବର୍ଷ ଅନ୍ତର୍ଜାତିକ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଥିବା ରସ ଟେଲର ଏଡି ମ୍ୟାଚରେ ଏକ ଛକା ମାରିଥିଲେ । ତେବେ ଏହି ଶଟଟି ପଡ଼ିଆ ବାହାରକୁ ଚାଲିଯାଇଥିବା ବେଳେ ଜଣେ ଯୁବକ ଏହାକୁ କ୍ୟାଚ ନେଇ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ।

ଯୁବକ ଜଣଙ୍କ ଗୋଟିଏ ହାତରେ ତାଙ୍କର ପୁଅକୁ ଧରିଥିବା ବେଳେ ଅନ୍ୟ ହାତରେ ଟେଲଙ୍କ ବଲକୁ କ୍ୟାଚ ଧରିଥିଲେ । ସୋସିଆଲ ମିଡ଼ିଆରେ ଏବେ ‘ଡ୍ୟାଡି କ୍ୟାଚ’ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ମ୍ୟାଚରେ ଟେଲର ୫୦ ରନ୍ ସଂଗ୍ରହ କରିଥିବା ବଳେ ତାଙ୍କର ଟିମ୍ ୪ ୱିକେଟରେ ବିଜୟ ହାସଲ କରିଥିଲା । ତେବେ କ୍ୟାଚ ନେଇଥିବା ଯୁବକ ରୟାନ ଫ୍ଲେମିଂ ଜଣେ ଅନୁଭବୀ କ୍ରିକେଟର ବୋଲି ପରେ ଜଣା ପଡ଼ିଥିଲା । ଫ୍ଲେମିଂ ପୂର୍ବରୁ ତାରାନାକି ପ୍ରାନ୍ତୀୟ ଟିମର ଅଧିନାୟକ ରହିଥିବା ବେଳେ କ୍ରିକେଟ ଖେଳାଳି ଭାବେ ତାଙ୍କର ୧୫ ବର୍ଷୀୟ ଅଭିଜ୍ଞତା ରହିଥିଲା । ପ୍ରଥମ ଥର ପାଇଁ ସେ ଜଣେ ଦର୍ଶକ ଭାବେ କ୍ୟାଚ ଧରିଥିଲେ ।

Get real time updates directly on you device, subscribe now.