fbpx

ମହିଳାମାନେ ନାକ ନୋଥ ପିନ୍ଧିବାର କଣ ରହିଛି କାରଣ; ଜାଣନ୍ତୁ ଏହାପଛରେ ଥିବା ରୋକଚ ତଥ୍ୟ

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ବିବାହିତ ମହିଳାଙ୍କ ପାଇଁ ମଧ୍ୟ କିଛି ନିତି ନିୟମ ରହିଛି । ସେଥିମଧ୍ୟରୁ ଗୋଟିଏ ନିୟମ ହେଉଛି ୧୬ ଶୃଙ୍ଗାର । ଜଣେ ବିବାହିତ ମହିଳାପାଇଁ ଏହି ୧୬ ଶୃଙ୍ଗାରର ମହତ୍ତ୍ୱ ବହୁତ ବେଶି ,ଯେଉଁଥିରେ ଜଣେ ବିବାହିତ ମହିଳା ମଙ୍ଗଳ ସୁତ୍ର,ସିନ୍ଦୁର,ଶଙ୍ଖା ଗୋଡମୁଦି ଏବଂ ନାକ ନୋଥ ଆଦି ପିନ୍ଧିଥାନ୍ତି । ଯାହାକି ବିବାହିତ ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ତେବେ ହିନ୍ଦୁ ଧର୍ମରେ କୁହାଯାଏ ଯେ ବିବାହ ପରେ ମହିଳାମାନେ ନାକ ନୋଥ ପିନ୍ଧିବା ନିତ୍ୟାନ୍ତ ଜରୁରୀ । କିନ୍ତୁ ଏହି ନାକ ନୋଥ ପିନ୍ଧିବାର ଆହୁରି ଅନ୍ୟ କାରଣ ମଧ୍ୟ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସମ୍ପର୍କରେ…

ନାକ ନୋଥ ପିନ୍ଧିବା ଦ୍ୱାରା ହୋଇଥାଏ ଏହିସବୁ ଲାଭ:

ଋତୁସ୍ରାବରେ କମ୍ ଯନ୍ତ୍ରଣା: ଆୟୁର୍ବେଦ ଅନୁଯୟୀ, ମହିଳାମାନେ ନାକରେ ନୋଥ ପିନ୍ଧିବା ଦ୍ୱାରା ଏହା ସେମାନଙ୍କ ଋତୁସ୍ରାବର ଯନ୍ତ୍ରଣାକୁ କମ୍ କରାଇଥାଏ । କାରଣ ନାକର ଗୋଟିଏ ଅଂଶରେ ପ୍ରଜଜନ ସହ ଯୋଡା ହୋଇଥାଏ । ଫଳରେ ଏହା ଛିଦ୍ର ବା କଣା ହେବା ଦ୍ୱାରା ଯନ୍ତ୍ରଣାକୁ କମ୍ କରିଥାଏ ବୋଲି ବିଶ୍ୱାସ କରାଯାଏ ।

ସୌଭାଗ୍ୟର ପ୍ରତିକ: ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହିତ ମହିଳାମାନେ ନାକରେ ନୋଥ ପିନ୍ଧିବା ଦ୍ୱାରା ଏହା ତାଙ୍କର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହ ସେମାନଙ୍କୁ ସୌଭାଗ୍ୟବତି କରାଇଥାଏ । ଏତିସହିତ ଏହା ୧୬ ଶୃଗାରର ଏକ ଅଂଶ ମଧ୍ୟ ହୋଇଥାଏ । ଯାହାକି ବିବାହିତ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରସବ ସମୟରେ କମ୍ ଯନ୍ତ୍ରଣା: ଆୟୁର୍ବେଦ ଅନୁସାରେ ନାକ ନୋଥ ଦ୍ୱାରା ପ୍ରସବ ସମୟରେ ମହିଳାକୁ କମ୍ କଷ୍ଟ ହୋଇଥାଏ । କାରଣ ନାକର ବାମ ପାଶ୍ୱର୍ ପ୍ରଜଜନ ସହିତ ଯୋଡା ହୋଇଥାଏ । ଫଳରେ ଏହି କାରଣରୁ ପ୍ରସବ ସମୟରେ କମ୍ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ସୌନ୍ଦର୍ଯ୍ୟ ବୃଦ୍ଧି କରେ: ନୋଥ ପିନ୍ଧିବା ଦ୍ୱାରା ମହିଳାମାନଙ୍କ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ । ତେବେ ଲେହେଙ୍ଗା କିମ୍ବା କୌଣସି ପାର୍ଟି ଓୟାର ସାଢିରେ ନୋଥ ପିନ୍ଧିବା ଦ୍ୱାରା ଏହା ଖୁବ୍ ସୁନ୍ଦର ଲାଗିଥାଏ । ତେବେ ଆଜିକାଲି ଏହି ନାକ ନୋଥ ଏକ ଫ୍ୟାସନ ମଧ୍ୟ ହୋଇଗଲାଣି । ଫଳରେ କୌଣସି ପାର୍ଟି ହେଉ କି ପର୍ବପର୍ବାଣି ।ଜିକାଲି ସମସ୍ତେ ନୋଥ ପିନ୍ଧୁଛନ୍ତି ।

Get real time updates directly on you device, subscribe now.