ହଟ୍ଟହଟ୍ଟା ହେଲେ ମୁଖ୍ୟମନ୍ତ୍ରୀ, ବିଶ୍ୱବିଦ୍ୟାଳୟରେ ମମତାଙ୍କୁ ତୀବ୍ର ପ୍ରତିବାଦ
ବିଦେଶ ଯାଇ ହଟ୍ଟହଟ୍ଟା ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଶ୍ୱବିଦ୍ୟାଳୟରେ ଭାଷଣ ବେଳେ ମମତାଙ୍କୁ ତୀବ୍ର ପ୍ରତିବାଦ। ଚାରିଆଡୁ ଶୁଭିଲା ଗୋ ବ୍ୟାକର ନାରା।
ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ବିରୋଧ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଶ୍ୱବିଦ୍ୟାଳୟରେ କଡ଼ା ବିରୋଧ। ଶୁଭିଲା ଗୋ ବ୍ୟାକ୍ ନାରା। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲୋଗ୍ କଲେଜରେ ଦିଆଯାଇଥିବା ଭାଷଣ ସମୟରେ ମମତା ତୀବ୍ର ବିରୋଧର ଶିକାର ହୋଇଛନ୍ତି।
ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏହି ସମୟରେ ମମତା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲୋଗ୍ କଲେଜକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ହଟ୍ଟହଟ୍ଟା ହେବାକୁ ପଡିଛି।
ହଟ୍ଟହଟ୍ଟା ହେଲେ ମମତା: ତେବେ ବିଶ୍ୱବିଦ୍ୟାଳୟରେ ମମତାଙ୍କୁ ଛାତ୍ରଛାତ୍ରୀମାନେ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ। ଏବଂ ଗୋବ୍ୟାକ୍ ନାରାରେ ପୁରା କ୍ୟାମ୍ପସ ଉଠିଥିଲା ପଡିଥିଲା। ମମତା ବାନାର୍ଜୀ ଏହି ପ୍ରତିବାଦର ଜବାବ ଦେଇ ୧୯୯୦ ଦଶକର ଏକ ଫଟୋ ଦେଖାଇଥିଲେ ଏବଂ କହିଥିଲେ ବିରୋଧୀ ଦଳରେ ଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା।
ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ ପଚାରିବାରୁ ବିବାଦ ଆରମ୍ଭ ହୋଇଥିଲା। ଏହାପରେ କିଛି ଲୋକ ତାଙ୍କୁ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମଧ୍ୟ ପ୍ରଶ୍ନ ପଚାରିଥିଲେ।
ବିଦେଶରେ ମମତାଙ୍କୁ ବିରୋଧ: ହେଲେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା ଘଟଣା ପ୍ରଶ୍ନରେ ଉତ୍ତର ରଖିଥିଲେ ମମତା। ଏବଂ କହିଥିଲେ ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି।
ଆଉ ଏହାପରେ ରାଗିଯାଇଥିଲେ ମମତା, ଆଉ କହିଥିଲେ ଏହାକୁ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ। ବିକ୍ଷୋଭକାରୀଙ୍କୁ ଟାର୍ଗେଟ କରି ମମତା କହିଛନ୍ତି , ଆପଣ ବଙ୍ଗଳା ଯାଇ ନିଜର ରାଜନୈତିକ ଦଳକୁ ମଜବୁତ କରନ୍ତୁ ଏବଂ ତା’ପରେ ମୋତେ ପ୍ରଶ୍ନ କରନ୍ତୁ। ପ୍ରଥମେ ମୋ ଫଟୋକୁ ଦେଖନ୍ତୁ ଏବଂ ଦେଖନ୍ତୁ କିପରି ମୋତେ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା।