ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ବିକ୍ଷୋଭ; ସଂସଦ ବାହାରେ ଧସ୍ତାଧସ୍ତି, ୯ ମୃତ, ୮୦ ଗୁରୁତର
ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ବିକ୍ଷୋଭ, ୯ ମୃତ, ୮୦ ଆହତ
ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁର ରାସ୍ତାରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏଠାରେ ହଜାର ହଜାର ଜେନ-ଜେଡ ପୁଅ ଏବଂ ଝିଅ ରାସ୍ତାକୁ ବାହାରି ଆସିଛନ୍ତି। ପ୍ରତିବାଦ ସମୟରେ ହିଂସା ଯୋଗୁଁ 9 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣ ଆହତ ହୋଇଛନ୍ତି। ପ୍ରତିବାଦକାରୀମାନେ ସଂସଦ ଭବନ ପରିସରରେ ପ୍ରବେଶ କରିଛନ୍ତି।
ପୋଲିସ ବିକ୍ଷୋଭକାରୀଙ୍କ ଉପରେ ପାଣି ଛିଞ୍ଚିବା ସହିତ ଲୁହ ବୁହା ଗ୍ୟାସ ମଧ୍ୟ ବ୍ୟବହାର କରିଛି। ନେପାଳର ବିଭିନ୍ନ ସହରରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାରଙ୍କ ବିରୁଦ୍ଧରେ ଜେନ-ଜେଡ ବିପ୍ଳବ ଆରମ୍ଭ ହୋଇଛି। ସରକାରଙ୍କ ଦ୍ୱାରା ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ଯୋଗୁଁ ପ୍ରତିବାଦକାରୀମାନେ ତୀବ୍ରତା ପ୍ରକାଶ କରିଛନ୍ତି।
ନେପାଳ ରାଜଧାନୀ କାଠମାଣ୍ଡୁରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ନ୍ୟୁ ବାନେଶ୍ୱରରେ ଅବସ୍ଥିତ ସଂସଦ ଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ ।
ପ୍ରସାଶନ ପକ୍ଷରୁ ସଂସଦ ବାହାରେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଥିବାବେଳେ ବ୍ୟାରିକେଟ୍ ଲାଗାଯାଇଥିଲା । ଉତ୍ତେଜିତ ଲୋକେ ବ୍ୟାରିକେଟ ଭାଙ୍ଗି ସଂସଦରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ସଂସଦ ଆଗରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା ।
ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରାଶାସନ ପକ୍ଷରୁ କାଠମାଣ୍ଡୁରେ କର୍ଫ୍ୟୁ ଜାରି କରାଯାଇଛି । ଦେଶରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଇଥିବାବେଳେ ସୋମବାର ଦିନ ପ୍ରତିବାଦ ଉଗ୍ର ରୂପ ନେଇଥିଲା ।
ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଇତ୍ୟାଦି ସୋସିଆଲ ମିଡିଆ ବ୍ୟାନକୁ ପିରୋଧ କରି ଏହି ଲୋକମାନେ ପ୍ରତିବାଦ କରିଛନ୍ତି । ପ୍ରଦର୍ଶନକାରୀମାନେ ଯେତେବେଳେ ବ୍ୟାରିକେଟ୍ ଭାଙ୍ଗି ସଂସଦ ଭିତରକୁ ପ୍ରବେଶ ଉଦ୍ୟମ କରିବା ପରେ ମୁଖ୍ୟ ଜିଲ୍ଲା ଅଧିକାରୀ ଛବିଲାଲ ରିଜାଲ ସେକ୍ସନ୍ ୬ ଅନ୍ତର୍ଗତ ଅପରାହ୍ଣ ୧୨ଟା ୩୦ରୁ ରାତି ୧୦ ଟା ପର୍ଯ୍ୟନ୍ତ କାଠମାଣ୍ଡୁରେ କର୍ଫ୍ୟୁ ଘୋଷଣା କରିଛନ୍ତି ।