fbpx

ଶ୍ରୀଲଙ୍କା ସ୍ଥିତି ଅଣାୟତ୍ତ, ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ଶ୍ରୀଲଙ୍କାରେ ଅଣାୟତ୍ତ ହୋଇଛି ଜନଆକ୍ରୋଶ । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପଳାୟନ କରିଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏହାରି ମଧ୍ୟରେ ସୂଚନା ମିଳିଛି ଯେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ବାସ ଭବନରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ ।

ଘଟଣା ଅନୂଯାୟୀ, ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା । ଲୁହ ବୁହା ଗ୍ୟାସ୍ ସହ ପାଣିମାଡ଼ କରିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ଅଧିକାରୀ ଘରେ ବାହାରେ ଥିବା ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିଲେ । ଫଳରେ ଭିଡ଼ ଅଧିକ ଉଗ୍ର ହୋଇଥିଲା  । ଯାହାପରେ ପିଏମଙ୍କ ବାସଭବନରେ ନିଆଁ ଲଗାଇଦେଇଥିଲେ ।

ସୂଚନାଯୋଗ୍ୟ, ଦେଶରେ ଲାଗିରହିଥିବା ଆର୍ଥିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବି କରି ଶନିବାର ରାଷ୍ଟ୍ରପତି ଆବାସରେ ଧସେଇ ପଶିଥିଲେ । ଆଉ ଏହି ସମୟରେ ରାଷ୍ଟ୍ରପତି ପଳାୟନ କରିଥିଲେ । ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ଜରୁରୀ ବୈଠକ ଡକାଇ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ ।

Get real time updates directly on you device, subscribe now.