fbpx

PUBG is back : ଆଜି ହିଁ କରନ୍ତୁ ଚିକେନ୍ ଡିନର , କିନ୍ତୁ ଏହି ୟୁଜର୍ସଙ୍କୁ ଅପେକ୍ଷା କରିବାକୁ ପଡିବ ଆଉ ୨ ଦିନ

Advertisement

ନୂଆଦିଲ୍ଲୀ : ଦୀର୍ଘ ୧୦ ମାସର ବ୍ୟାନ୍ ପରେ ମୋବାଇଲର ଯୁଦ୍ଧ ମଇଦାନ ପବ୍ଚି ପୁଣି ଭାରତକୁ ଫେରିଛି । ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ଏହି ଗେମ୍ ଉପଲବ୍ଧ ରହିଛି । ତେଣୁ ବିଳମ୍ବ ନ କରି ଆଜି ହିଁ ପବଜି ମଇଦାନକୁ ଓହ୍ଲାଇ ପାରିବେ । କିନ୍ତୁ ଏହି ଗେମ୍ ନୂଆ ୟୁଜର୍ସଙ୍କୁ ନିରାଶ କରିପାରେ । ସର୍ତ୍ତ ଅନୁଯାୟୀ ପୁରୁଣା ୟୁଜର୍ସ ଆଜି ହିଁ ଏହାକୁ ଡାଉନଲୋଟ କରିବେ କିନ୍ତୁ ନୂଆ ୟୁଜର୍ସ ମେ ୨୯ ତାରିଖ ସୋମବାର ଏହାକୁ ଡାଉନଲୋଡ କରିବାର ସୁଯୋଗ ପାଇବେ ।

ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ କ୍ରାଫ୍ଟନ୍ ୨ ଜୁଲାଇ ୨୦୨୧ ରେ ଭାରତରେ ଲଞ୍ଚ କରାଯାଇଥିଲା। ପ୍ରାରମ୍ଭରେ ଖେଳ ଏହି ଗେମ୍ ହିଟ୍ ହୋଇଥିଲା ଏବଂ ସବୁଆଡେ ଏହାର ଚର୍ଚ୍ଚା ଥିଲା । ପିଲାମାନେ ପାଗଳ ଥିଲେ ଏହି ଗେମ୍ ପାଇଁ । ଭାରତରେ ଏହା ହେଉଛି ପ୍ରଥମ ଖେଳ, ଯାହାର ଇ-ସ୍ପୋର୍ଟସ୍ ଟୁର୍ନାମେଣ୍ଟ ଟିଭିରେ ପ୍ରସାରିତ ହୋଇଥିଲା ।
କିନ୍ତୁ ଏହି ଖେଳକୁ ସରକାର ୨୮ ଜୁଲାଇ ୨୦୨୨ ରେ ବ୍ୟାନ୍ ଘୋଷଣା କରିଥିଲେ। ପରେ ଏହି ଗେମ୍ କୁ ରି-ଲଞ୍ଚ ପାଇଁ ଚାପ ପଡିଥିଲା । କିନ୍ତୁ ବର୍ତ୍ତମାନ ଏହି ଖେଳ ଆନୁଷ୍ଠାନିକ ଭାବରେ ଭାରତରେ ରି-ଲଞ୍ଚ ହୋଇଛି । ଏପେଇ ୧୯ ମଇ ୨୦୨୩ ରେ ସୂଚନା ମିଳିଥିଲା ।

ବିଜ୍ଞପ୍ତି ଅନୁଯାୟୀ , ଆଜି ଠାରୁ ଅର୍ଥାତ୍ ମେ ୨୭ ଗୁଗୁଲ୍ ପ୍ଲେ ଷ୍ଟୋରରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ଖେଳ ଉପଲବ୍ଧ ହେବ । ଯଦି ଆପଣ ପୂର୍ବରୁ ଏହି ଗେମ୍ ଡାଉନଲୋଡ୍ କରିଛନ୍ତି, ଆପଣ ଏହାକୁ ପୁନଃସଂସ୍ଥାପନ କରିପାରିବେ । ସେହି ସମୟରେ, ନୂତନ ଉପଭୋକ୍ତାମାନଙ୍କୁ ୨୯ ମଇ ଅର୍ଥାତ୍ ସୋମବାର ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଏହି ଖେଳ କେବଳ ମେ ୨୯ ରୁ ନୂଆ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ।

Get real time updates directly on you device, subscribe now.