fbpx

ପୁଣି ଭାରତକୁ ଫେରୁଛି ପବଜି, କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧୨ ।୧୧: ଲୋକପ୍ରିୟ ମୋବାଇଲ ଗେମ୍ ପବଜି ପୁଣି ଥରେ ଭାରତକୁ ଫେରୁଛି । ସାଉଥ କୋରିଆ କମ୍ପାନୀ ପବଜି କର୍ପୋରେସନ ଘୋଷଣା କରିଛି ଯେ, ଭାରତ ମାର୍କେଟ ପାଇଁ ଏକ ନୂଆ ଗେମ୍ ଆସିଛି । ଯାହାକୁ କେବଳ ଭାରତ ପାଇଁ ହିଁ ତିଆରି ହୋଇଛି । ଏଥର ଚୀନ କମ୍ପାନୀ ସହକୌଣସି ସହଭାଗୀତା କରିବା ନାହିଁ କମ୍ପାନୀ ।

ପବଜି କର୍ପୋରେସନ ମୁତାବକ, ‘ଭାରତରେ ପବଜି ମୋବାଇଲ ଇଣ୍ଡିଆ ଲଞ୍ଚ ହେବ । ଏହି ନୂଆ ଆପ୍ ଡାଟା ସୁରକ୍ଷାକୁ ଭଲଭାବରେ ଅନୁସରଣ କରିବ । ଭାରତରେ ଏକ ବଡ ପୁଞ୍ଜି ବିନିଯୋଗ କରିବାକୁ କମ୍ପାନୀ ପ୍ରସ୍ତୁତ ହେଉଛି ।’

Get real time updates directly on you device, subscribe now.