fbpx

୧୪ ଦିନ ବନ୍ଦ ରହିବ ବିମାନବନ୍ଦର; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଆସନ୍ତା ୧୪ ଦିନ ପାଇ ବନ୍ଦ ରହିବ ବିମାନ ବନ୍ଦର । ତେବେ ଦେଶର ସମସ୍ତ ବିମାନ ବନ୍ଦର ନୁହେଁ କେବଳ ପୁନେ ସ୍ଥିତ ଭାରତୀୟ ବାୟୁ ସେନାର ବିମାନ ବନ୍ଦରଟି ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି । ଅକ୍ଟୋବର ୧୬ ତାରିଖ ଠାରୁ ବିମାନ ବନ୍ଦରଟି ୧୪ ଦିନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।


ବିମାନ ବନ୍ଦରର ରନୱେ ନିର୍ମାଣ କାମ ପାଇଁ ବିମାନ ବନ୍ଦର ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏୟାରପୋର୍ଟ ପକ୍ଷରୁ ଟ୍ୱିଟ କରାଯାଇ ଆସନ୍ତା ଅକ୍ଟୋବର ୧୬ରୁ ୨୯ ତାରିଖ ଯାଏଁ ବିମାନ ବନ୍ଦର ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ପୂର୍ବରୁ ଏପ୍ରିଲ ମାସରେ ରନୱେ କାମ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

Get real time updates directly on you device, subscribe now.