fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଶସ୍ତା ହେବ ଖାଇବା ତେଲ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ସମସ୍ୟାକୁ ଆରାମ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବର୍ଦ୍ଧିତ ତେଲ ଦରରେ ନିୟନ୍ତ୍ରଣ ଆଣିବାକୁ ସରକାର ପ୍ରୟାସ କରିଛନ୍ତି । କିଛି ଖାଇବା ତେଲ ଉପରୁ ସରକାର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ପାମ୍, ସୋୟାବିନ୍ ଓ ସନଫ୍ଲାୱାର ତେଲ ଉପରୁ କଷ୍ଟମସ ଡ୍ୟୁଟି ଉଚ୍ଛେଦ ହୋଇଛି । ଏହା ଫଳରେ ଖାଇବା ତେଲ ଦର କମ୍ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଜି କେନ୍ଦ୍ର ସରକାର ଏହି ସମସ୍ତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏଁ କଷ୍ଟମସ ଡ୍ୟୁଟି ଉଚ୍ଛେଦ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ମୁତାବକ, ପାମ୍ ତେଲ ଉପରେ କଷ୍ଟମସ ଡ୍ୟୁଟି ହ୍ରାସ ପାଇ ୮.୨୫% ହୋଇଛି, ଯାହାକି ପୂର୍ବରୁ ୨୪.୭୫% ଥିଲା । ଏହା ସହିତ ଆରବିଡି ମାମୋଲୀନରେ ୧୯.୨୫, ଆରବିଡି କାମ ତେଲ ଉପରେ ୧୯.୨୫%, ଫ୍ରୁଡ଼ ସୋୟା ତେଲରେ ୫.୫%, ରିଫାଇନ୍ ସୋୟା ତେଲରେ ୧୯.୫, ଫ୍ରୁଡ ସୂର୍ଯ୍ୟମୁଖୀରେ ୫.୫%, ରିଫାଇନ୍ ସୂର୍ଯ୍ୟମୁଖୀରେ ୧୯.୨୫% ହ୍ରାସ ପାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଖାଇବା ତେଲ ଦର ୧୫ ଟଙ୍କା କମ୍ ହୋଇଛି ।

ତେବେ ଗତ କିଛି ମାସରେ ତେଲଦର ଆକାଶ ଛୁଆଁ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତେଲଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.