fbpx

ଆପଣ ମ୍ୟାଗି ପଲିଥିନ ଫିଙ୍ଗନ୍ତୁ ନାହିଁ,ତିଆରି କରନ୍ତୁ କିଛି ଏଭଳି……………….

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବହୁତ ଅଭିନବ ଉପାୟରେ ଜନସଚେତନ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ବର୍ତ୍ତମାନ ଯେଉଁ ପଲିଥିନ ଲୋକମାନଙ୍କ ଦ୍ୱାରା ବ୍ୟବହାର କରାଯାଉଛି ଏହାକୁ କିଭଳି ଅଭିନବ ଉପାୟରେ ବ୍ୟବହାର କରାଯାଇ ପାରିବ ଏହାକୁ ନେଇ ଅନେକ ଉଦ୍ୟୋଗ ମାନ ମୁଣ୍ଡ ଟେକିଛନ୍ତି ।
ତେବେ ପୁଣେରେ ରହିଛି ଏକ ସାମାଜିକ ଉଦ୍ୟୋଗ ଯାହାର ନାମ ହେଉଛି ‘ଇକୋକାରି’ । ଇକୋକାରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ହ୍ୟାଣ୍ଡବ୍ୟାଗ ଏବଂ ବିଭିନ୍ନ ଫ୍ୟାସନ ଆସୋସେରି ତିଆର କରୁଛି । ଆପଣ ଇକୋକାରୀର ସାମଗ୍ରୀ ଗୁଡିକ ଦେଖିଲେ ଭାବିରେ ଏଠାରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ହାତରେ ଯେପରି ଜାଦୁ ରହିଛି । ଏଭଳି ଭାବରେ ଏଠାକାର କାରିଗରି ମାନେ ଆବର୍ଜନାକୁ ସୁନ୍ଦରତାର ରୂପ ଦେଉଛନ୍ତି ଆଖିରେ ନଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ଆମେ ମୁଖ୍ୟତ ବଜାରରୁ କୌଣସି ସାମଗ୍ରୀ କିଣି ଆଣିଲେ ଏହାକୁ ବ୍ୟବହାର କରିବା ପରେ ଏହାର ପଲିଥିନ ବା ଖୋଳକୁ ଫିଙ୍ଗି ଦେଇଥାଉ କିନ୍ତୁ ଇକୋକାରିର ସଦସ୍ୟ ମାନେ ଏହାକୁ ନୂଆ ରୂପ ଦେଉଛନ୍ତି । ଯାହା ଦ୍ୱାରା ବର୍ତ୍ତମାନ ମାର୍କେଟରେ ଏହା ଅଧିକ ଲୋକମାନଙ୍କ ଦ୍ୱାରା ଆଦୃତ ଲାଭ କରିବାକୁ ଲାଗିଲାଣି ।

କିପରି ତିଆରି ହେଉଛି:ତେବେ ବ୍ୟବହାର ପରେ ଫିଙ୍ଗାଯାଉଥିବା ପଲିଥିନକୁ ଏଠାରେ କାର୍ଯ୍ୟକରୁଥିବା ଲୋକମାନେ ସଂଗ୍ରହ କରି ଏହାକୁ ପରିଷ୍କାର କରନ୍ତି । ଏହାକୁ କଇଁଞ୍ଚି ମାଧ୍ୟମରେ ସରୁ ସରୁ କାଟନ୍ତି । ଏହାପରେ ଏହାକୁ ମେସିନ ମାଧ୍ୟମରେ ସରୁ ସୂତାର ଆକାର ଦିଅନ୍ତି । ଏହାପରେ ଏହାକୁ ମେସିନ ସାହାର୍ଯ୍ୟରେ ବୁଣାଯାଏ । ଏବଂ ଏହାକୁ ବିଭିନ୍ନ ଫ୍ୟାସନ ଆସୋସରି ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଆପଣ ବ୍ୟବହାର କରୁଥିବା ମ୍ୟାଗି ବ୍ୟାଗ ଠାରୁ ଆରମ୍ଭ କରି ଅଟା ବ୍ୟାଗ ,ଲେଜ ବ୍ୟାଗ ସବୁ ପଲିଥିନରୁ ବହୁ ସୁନ୍ଦର ସୁନ୍ଦର ହ୍ୟାଣ୍ଡବ୍ୟାଗ, ପର୍ସ ଆଦି ତିଆରି କରାଯାଉଛି ।
ତେବେ ଇକୋକାରୀ ପୁନଃନିର୍ମାଣ ଉପରେ ଅଧିକ ପ୍ରାଧ୍ୟାନ୍ୟ ଦେଉଛି । ଆପଣ ଚାହିଁଲେ ଏହାର ସୋସିଆଲ ମିଡିଆ ସାଇଟରୁ ଯାଇଁ ଏହା ଦ୍ୱାରା ତିଆରି ସାମଗ୍ରୀକୁ କ୍ରୟ କରି ପାରିବେ ।

Get real time updates directly on you device, subscribe now.