New Year Party ପାଇଁ କଣ୍ଡମ,ORS ସହ ନିମନ୍ତ୍ରଣ ପତ୍ର ପଠେଇଲା ପବ୍, ଥାନାରେ ଅଭିଯୋଗ କଲା କଂଗ୍ରେସ
ନିମନ୍ତ୍ରଣ ପତ୍ରରେ କଣ୍ଡମ ଏବଂ ଓଆରଏସ୍ ପଠେଇ ବିବାଦରେ ପବ । ଏପରି କରି ଯୁବପିଢ଼ିଙ୍କୁ ବାଟବଣା କରିବାକୁ ଚାହୁଁଥିବା କହିଲା କଂଗ୍ରେସ ।
ପୁଣେ: ନୂଆବର୍ଷ ସେଲିବ୍ରେଶନ ପାଇଁ ମହାରାଷ୍ଟ୍ର ପୁଣେର ଏକ ପବ୍ ନିମନ୍ତ୍ରଣ ପତ୍ରରେ କଣ୍ଡମ ଏବଂ ଓଆରଏସ୍ ପଠେଇ ବିବାଦରେ ପଡ଼ିଛି । ନିମନ୍ତ୍ରଣ ପତ୍ର ପଠାଯାଇଥିବା ଲୋକଙ୍କ ପାଖରୁ ପ୍ରତିକ୍ରିୟା ସଂଗ୍ରହ କରୁଛି ।
ମହାରାଷ୍ଟ୍ର ପ୍ରଦେଶ ୟୁଥ୍ କଂଗ୍ରେସ ଏ ନେଇ ପୁଣେ ଥାନାରେ ଅଭିଯୋଗ କରିଛି ।
ପବ୍ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ଲାଗି ଦାବି କରିଛନ୍ତି କଂଗ୍ରେସ ନେତା ଅମିତେଶ କୁମାର ।
ସେ କହିଛନ୍ତି, ଆମେ ପବ୍ କିମ୍ବା ନାଇଟ୍ ଲାଇଫକୁ ବିରୋଧ କରୁନାହୁଁ । କିନ୍ତୁ ପବର ଏ ପ୍ରକାର କାର୍ଯ୍ୟ ସହନୀୟ ନୁହେଁ । ଏପରି କରି ଯୁବପିଢ଼ିଙ୍କୁ ବାଟବଣା କରିବାକୁ ଚାହୁଁଛି ପବ୍ । ଏହାକୁ ଆମେ ଘୋର ନିନ୍ଦା କରୁଛୁ ।
ରବିବାର ଏ ନେଇ ଅଭିଯୋଗ ହୋଇଥିବା ପୋଲିସ ଅଧିକାରୀ ସ୍ୱୀକାର କରିଛନ୍ତି ।
ପବ୍ ଦ୍ୱାରା ଆମନ୍ତ୍ରୀତ ହୋଇଥିବା ଅତିଥିଙ୍କ ପ୍ରତିକ୍ରିୟା ନେଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।