fbpx
BJD SKY
BJD SKY

ଦ୍ଵିତୀୟ ଥର ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ଜାଣନ୍ତୁ କିଏ ଏହି କନ୍ୟା

BJD

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗୁରୁବାର ଚଣ୍ଡିଗଡରେ ବିବାହ ସମାରୋହ ଆୟୋଜିତ ହେବ। ଭଗବନ୍ତ ମାନ ଡ. ଗୁରୁପ୍ରୀତ କୌରଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଯୋଗ ଦେବେ।

୪୮ ବର୍ଷୀୟ ମାନ ଦ୍ଵିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡପତ୍ର ଦେଇ ସାରିଛନ୍ତି ମାନ। ତାଙ୍କର ଦୁଇଟି ପିଲା ଅଛନ୍ତି, ଯିଏ ମାନଙ୍କ ପ୍ରଥମ ପତ୍ନୀଙ୍କ ସହିତ ଆମେରିକାରେ ରହୁଛନ୍ତି। ବିବାହ ସମାରୋହରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହ ଅନେକ ମାନ୍ୟଗଣ ବ୍ୟକ୍ତି ଯୋଗ ଦେବେ। ମାନଙ୍କ ଭଉଣୀ ଏବଂ ମା ହିଁ ଗୁରୁପ୍ରୀତ କୌରଙ୍କୁ ଚୟନ କରିଛନ୍ତି।

୨୦୧୬ରେ ହୋଇଥିଲା ଛାଡପତ୍ର

କମେଡିୟାନରୁ ରାଜନେତା ହୋଇଥିବା ଭଗଓ୍ଵନ୍ତ ମାନ ୨୦୧୪ରେ ପ୍ରଥମ ଥର ସଙ୍ଗରୁରରୁ ସାଂସଦ ହୋଇଥିଲେ। ସେହି ସମୟରେ ତାଙ୍କର ପ୍ରଥମ ପତ୍ନୀ ଇନ୍ଦ୍ରଜିତ କୌର ତାଙ୍କ ପାଇଁ ପ୍ରଚାର କରିଥିଲେ। ହେଲେ ୨୦୧୬ରେ ପରସ୍ପର ଉଭୟଙ୍କୁ ଛାଡପତ୍ର ଦେଇଥିଲେ। ୨୦୧୯ରେ ମାନ ପୁଣି ଥରେ ସଙ୍ଗରୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତିଥିଲେ। ୨୦୨୨ରେ ଆପ୍ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ନେତୃତ୍ଵରେ ପାର୍ଟିକୁ ପ୍ରଚଣ୍ଡ ବହୁମତ ମିଳିଛି। ଭଗଓ୍ଵନ୍ତ ମାନ ୨୦୨୨ ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Get real time updates directly on you device, subscribe now.