fbpx
BJD SKY
BJD SKY

ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିବା ନେଇ ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କୁ ଦେବେ୨.୨୫ କୋଟି

BJD

କରୋନା ମହାମାରୀ ମଧ୍ୟରେ ଟୋକିଓରେ ଚାଲିଥିବା କ୍ରୀଡ଼ା ମହାକୁମ୍ବ ଅଲିମ୍ପିକ୍ସ ଉପରେ ରହିଛି ସବୁ ଦେଶରେ ନଜର । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ପଦକ ପାଇବା ପାଇଁ ଭାରତ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦୃଢ଼ ସମର୍ଥନ କରୁଛି । ଏଥି ସହିତ ଖେଳାଳିଙ୍କୁ ଉତ୍ସାହିତ ଏବଂ ସମ୍ମାନ ଦେବା ପାଇଁ ବିଭିନ୍ନ ରାଜ୍ୟ ଦ୍ୱାରା ପୁରସ୍କାର ମଧ୍ୟ ଘୋଷଣା କରାଯାଉଛି । ଏହି ପର୍ଯ୍ୟାୟରେ ପଞ୍ଜାବ ସରକାରଙ୍କ ପକ୍ଷରୁ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି।

ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ରାଣା ଗୁରୁମିତ ସିଂ ସୋଡି ଘୋଷଣା କରିଛନ୍ତି ଯେ ଯଦି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତେ ତେବେ ଦଳରେ ଥିବା ରାଜ୍ୟର ସମସ୍ତ ଖେଳାଳିଙ୍କୁ ୨.୨୫ କୋଟି ଟଙ୍କା ପୁରସ୍କାର ଦିଆଯିବ। ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ଶୁକ୍ରବାରଭାରତୀୟ ଦଳ ଅଲିମ୍ପିକ୍ ଆୟୋଜକ ଦେଶ ଜାପାନକୁ ୫-୩ ରେ ପରାସ୍ତ କରିଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି । ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆଠାରୁ ୭-୧ ରେ ପରାଜୟ ବ୍ୟତୀତ ଭାରତ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ । ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ପାଞ୍ଚଟି ମ୍ୟାଚ୍ ଖେଳି ସେଥିରୁ ଚାରିଟି ଜିତିଛି ।

ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଦଳ ବର୍ତ୍ତମାନର ଏସିଆନ୍ ଚାମ୍ପିଅନ୍ ଜାପାନର ସମ୍ମୁଖୀନ ହୋଇଥିଲା, ଯାହାକୁ ଦଳ ୫-୩ ରେ ପରାସ୍ତ କରିଛି। ଏହାପୂର୍ବରୁ ଭାରତୀୟ ଦଳ ବର୍ତ୍ତମାନର ଅଲିମ୍ପିକ୍ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ଭେଟିଥିଲା ୩-୧ରେ ପରାସ୍ତ କରିଥିଲା ଭାରତ ।

Get real time updates directly on you device, subscribe now.