fbpx
BJD SKY
BJD SKY

ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ କ୍ରିକେଟ୍ ଛାଡ଼ିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ!

BJD

ଭାରତ ବିପକ୍ଷ ଟେଷ୍ଟ ସିରିଜର ମାତ୍ର ୫ ଦିନ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଦଳ ସବୁଠୁ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଟେଷ୍ଟ ସିରିଜ୍ ପାଇଁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି । ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ୩୦ ଜୁଲାଇ ଶୁକ୍ରବାର ଷ୍ଟୋକ୍ସଙ୍କ ସିରିଜରୁ ବାହାରିବା ନେଇ ଘୋଷଣା କରିଛି।

ଇସିବି ଏକ ବିବୃତ୍ତି ଜାରି କରି କହିଛି ଯେ ଷ୍ଟୋକ୍ସ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟରୁ ବିଶ୍ରାମ ନେଉଛନ୍ତି । ମାନସିକ ସ୍ୱାସ୍ଥ୍ୟ ଏବଂ ଆଙ୍ଗୁଠିରେ ଆଘାତ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଚଳିତ ବର୍ଷ ଆଇପିଏଲ୍ ୨୦୨୧ ସମୟରେ କ୍ୟାଚ ଧରିବାବେଳେ ଷ୍ଟୋକ୍ସ ଆହତ ହୋଇଥିଲେ, ଯେଉଁ କାରଣରୁ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିଲା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ୪ ଅଗଷ୍ଟରୁ ନଟିଂହାମର ଟ୍ରେଣ୍ଟ ବ୍ରିଜ୍ ଗ୍ରାଉଣ୍ଡରେ ଆରମ୍ଭ ହେଉଛି । ଏହି ସିରିଜ୍ ସହିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ନୂତନ ଚକ୍ର ମଧ୍ୟ ଆରମ୍ଭ ହେବ ।

Get real time updates directly on you device, subscribe now.