fbpx
BJD SKY
BJD SKY

ପାରା ବିରୋଧରେ ମାମଲା ରୁଜୁ କଲା ପଞ୍ଜାବ ପୋଲିସ୍

BJD

ପଞ୍ଜାବ, ୨୧ ।୪ (ଓଡିଶା ଭାସ୍କର) : ଗୋଟିଏ ପାରା ବିରୋଧରେ ମାମଲା ରୁଜୁ କରିଛି ପଞ୍ଜାବ ପୋଲିସ୍ । ପାରାଟି ଗୋଟିଏ ସନ୍ଦିଗ୍ଧ ଭାବରେ ଧରିଛି ପୋଲିସ୍ । ଆପଣ ମାନେ ଭାବୁଥିବେ ସାମାନ୍ୟ ପାରା ଏପରି କଣ କଲା ଯେ ତା ବିରୋଧରେ ମାମଲା ରୁଜୁ କରାଗଲା । ତେବେ ପୁରା କଥା ହେଉଛି ପଞ୍ଜାବର ଆନ୍ତର୍ଜାତୀୟ ବୋର୍ଡରରେ ମୁତୟନ ଥିବା ଜଣେ କନେଷ୍ଟବଲ ପାଖରେ ଆସି ପାରାଟି ବସିଲା । ତା ଗୋଡରେ ଗୋଟିଏ ଚିଠି ବନ୍ଧା ହୋଇଥିଲା । ଆଉ ସେ ଚିଠିକୁ ସନ୍ଦେହ କରି ପାରା ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତାକୁ ଧରାଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଳା ଏବଂ ଧଳା ରଙ୍ଗର ଗୋଟିଏ ପାରାକୁ ୧୭ ଏପ୍ରିଲ ସନ୍ଧ୍ୟା ସମୟରେ ଧରାଯାଇଥିଲା । କାରଣ ଏହି ପାରାଟି ଉଡି ଉଡି ଆସି ଚୌକି ପାଖରେ କ୍ୟାମ୍ପଗାର୍ଡ ଡ୍ୟୁଟି ରେ ଥିବା ଜଣେ କନେଷ୍ଟବଲ୍ ନୀରଜ କୁମାରଙ୍କ କାନ୍ଧ ଉପରେ ବସିଗଲା । ଆଉ ତା ଗୋଡରେ ଗୋଟିଏ ଚିଠି ବନ୍ଧାଯାଇଥିଲା । ଏହା ଦେଖିବା ପରେ ତାକୁ ପଞ୍ଜାବ ପୋଲିସ୍ ସନ୍ଦିଗ୍ଧ ଭାବେ ରଖିଛି । ଏହି ପାରା ପାକିସ୍ତାନରୁ ଉଡିଆସିଥିବା ସନ୍ଦେହ କରାଯାଉଛି । କାରଣ ଚୌକି ସ୍ଥାନଟି ପାକିସ୍ତାନକୁ ଲାଗିଥିବା ସୀମା ଠାରୁ ୫୦୦ ମିଟର୍ ଦୂରରେ ଅବସ୍ଥିତ । ତେଣୁ ପୋଲିସ୍ ସନ୍ଦେହ କରୁଛି ଯେ ପାରାଟି ପାକିସ୍ତାନର କୌଣସି ଗୁପ୍ତଚର ହୋଇଥାଇପାରେ ।

ଏଫଆଇଆର୍ କପି ଅନୁସାରେ, କନେଷ୍ଟବଲ୍ ଟି ତୁରନ୍ତ ପାରାକୁ ଧରିଦେଲା ଏବଂ ପୋଷ୍ଟ କମାଣ୍ଡର ଓମପାଲ୍ ସିଂ ଙ୍କୁ ଏହା ବିଷୟରେ ସୁଚନା ଦେଇଥିଲା । ଏହାପରେ ପାରାର ଯାଞ୍ଚ ହୋଇଥିଲା । ପାରାର ଗୋଡରେ ଟେପ୍ ସହାୟତା ରେ ଗୋଟିଏ ଚିଠି ବନ୍ଧାଯାଇଥିଲା ଏବଂ ସେଥିରେ ଗୋଟିଏ ନମ୍ବର ଲେଖାଯାଇଥିଲା । ହେଲେ ଉକ୍ତ ନମ୍ବରଟି କାହାର ଥିଲା ତାର ସୁଚନା ଦିଆଯାଇ ନାହିଁ । କିନ୍ତୁ ଏହି ପାରା ବିରୋଧରେ ଅମୃତସରର ଗୋଟିଏ ପୋଲିସ୍ ଷ୍ଟେସନ୍ ରେ ମାମଲା ଦର୍ଜ କରାଯାଇଛି ।

Get real time updates directly on you device, subscribe now.