fbpx

କରୋନା ଟିକା ନା’ରେ ଲୁଟ୍: ‘ରେମଡେସିଭିର’ ଇଞ୍ଜେକସନ୍ ଶିଶିରେ ପାଣି ପୁରାଇ ଏତିକି ଟଙ୍କାରେ ବିକ୍ରି କରୁଥିଲେ ଯୁବକ

ମହାରାଷ୍ଟ୍ର ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । ସଂକ୍ରମଣ ବଢୁଥିବାରୁ ଦେଶର ସ୍ୱାସ୍ଥ୍ୟବସ୍ଥାର ଗୁମର ଖୋଲିବାରେ ଲାଗିଛି । ଦେଶର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ତୁଳନାରେ ବେଡ୍ କମ ଥିବା ଜଣାପଡିଛି । ହସ୍ପିଟାଲରେ ଏବେ ଅକ୍ସିଜେନ୍ ସିଲିଣ୍ଡର କମ୍ ଥିବା ସବୁଠାରୁ ବଡ୍ ସମସ୍ୟା ହୋଇଛି । ଏପଟେ ମହାରାଷ୍ଟ୍ର ନାଗପୁରରେ କରୋନା ଟିକା ନାରେ କଳା ବଜାରୀ କରୁଥିବା ୨ ଜଣଙ୍କୁ ଗିରଫ କରିଛି ନାଗପୁର ପୋଲିସ୍ ।

ସୂଚନା ଅନୁସାରେ ‘ରେମଡେସିଭିର’ ଇଞ୍ଜେକସନ୍ ଶିଶିରେ ପାଣି ପୁରାଇ କରୋନା ଆକ୍ରାନ୍ତ ହୋଇଥିବା ପରିବାର ଲୋକଙ୍କୁ ଏମାନେ କରୋନା ଟିକା କହି ୨୮ ହଜାର ଟଙ୍କାରେ ବିକ୍ରି କରୁଥିଲେ । ସେ ଶିଶିରେ କେବଳ ପାଣି ରହିଥିଲା । ଏନେଇ ରୋଗୀଙ୍କ ପରିବାର ଲୋକଙ୍କୁ ଯେତେବେଳେ ସନ୍ଦେହ ହୋଇଥିଲା ସେମ।।ନେ ପୋଲିସକୁ ଜଣାଇଥିଲେ । ପରେ ପୋଲିସ ତଦନ୍ତ କରି ଗତକାଲି ଏମାନଙ୍କୁ ଗିରଫ କରିଛି । ସେ ଦୁୁଇ ଜଣ ହେଲେ ଅଭିଳାଷ ପେଟକର ଓ ଅନିକେତ ନନ୍ଦେଶ୍ୱର । ଏକ୍ସରେ ଟେକ୍ନିସିଆନ୍ ଭାବେ କାମ କରୁଥିଲେ । ଏମାନଙ୍କର ବୟସ ୨୧ରୁ ୨୮ ବର୍ଷ ଭିତରେ ବୋଲି ପୋଲିସ୍ କହିଛି ।

Get real time updates directly on you device, subscribe now.