fbpx

୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଗତ କାଲି ମେ’୧ ତାରିଖରୁ ୧୮ ବର୍ଷରୁ ଅଧିକ ସମସ୍ତ ଲୋକ କରୋନା ଟିକା ନେଇପାରିବେ ବୋଲି ଘଷଣା କରିଥିଲେ । ଏହି ଟିକାକରଣ ଦ୍ୱାରା ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣକୁ ରୋକା ଯାଇ ପାରିବ ବୋଲି ସରକାର ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ ଆଜି ମଧ୍ୟପ୍ରଦେଶ ସରକାର ୧୮ ବର୍ଷରୁ ଅଧିକ ଲୋକମାନଙ୍କୁ ମାଗଣା ଟିକା ଦେବା ନେଇ ଘୋଷଣା କରିଛି । ଦେଶର ତୃତୀୟ ରାଜ୍ୟ ଭାବେ ମଧ୍ୟପ୍ରଦେଶ ଏହି ଘୋଷଣା କରିଛି । ସେପଟେ ପୂର୍ବରୁ ଉତ୍ତରପ୍ରଦେଶ ଏବଂ ଆସାମ ନିଜ ରାଜ୍ୟ ପାଇଁ ଏହି ଘୋଷଣା କରିଛନ୍ତି । ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ମାଗଣାରେ ସମସ୍ତଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଗୁଡ଼ିକ ସିଧାସଳଖ ଟିକା ଉତ୍ପାଦନକାରୀ ସଂସ୍ଥାରୁ ଏହାକୁ କିଣିପାରିବେ। ଟିକା ଉତ୍ପାଦନକାରୀ ସଂସ୍ଥା ୫୦% ଟିକା ରାଜ୍ୟ ଏବଂ ଓପନ ମାର୍କେଟକୁ ବିକ୍ରି କରିପାରିବେ। ଏନେଇ ଆଜି କୋଭିସିଲ୍ଡ ଟିକାର ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଡୋଜ୍ ପିଛା ଦର ଘୋଷଣା କରିଛି। ରାଜ୍ୟ ସରକାରମାନେ କମ୍ପାନୀ ଠାରୁ ଡୋଜ୍ ପିଛା ୪୦୦ ଓ ଘରୋଇ ସଂସ୍ଥା ବା ହସ୍ପିଟାଲ ଡୋଜ୍ ପିଛା ୬୦୦ ଟଙ୍କା ଦେଇ ଟିକା କିଣିପାରିବେ।

Get real time updates directly on you device, subscribe now.