fbpx

ଦିନକ ପାଇଁ ପୁଞ୍ଜିଲାଲଙ୍କୁ ମିଳିଲା ପାରୋଲ

ପାଟଣାଗଡ,୧୧ ।୧(ଓଡିଶା ଭାସ୍କର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଚିଲାଲ ମେହେରଙ୍କୁ ମିଳିଛି ପାରୋଲ । ସନାତନ ହିନ୍ଦୁ ଆଇନ ଆଧାରରେ ଗୋଟିଏ ଦିନ ପାଇଁ ପରୋଲ ପାଇଁ ଅନୁମତି ଦେଲେ ପାଟଣାଗଡ ଏଡିଜେ କୋର୍ଟ । ମା’ଙ୍କ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କୁ ଦିନକ ପାଇଁ ପାରୋଲ ମିଳିଛି । ଗତକାଲି ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ପରେ ସେ ଜାମିନ୍ ଆବେଦନ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ଜେଲରେ ଅଛନ୍ତି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଞ୍ଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ପୁଞ୍ଜିଲାଲ ଥିଲେ ଏହି ବିସ୍ଫୋରଣର ମାଷ୍ଟର ମାଇଣ୍ଡ ।

Get real time updates directly on you device, subscribe now.