fbpx
BSKY
BJD SHG SKY
BJD YOUTH SKY

ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ପୁରନ୍ଦେଶ୍ୱରୀ

ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସ୍ ମିଟର ଆୟୋଜନ କରିଥିଲେ । ଏହି ବୈଠକରେ ସେ ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ବର୍ଷିଛନ୍ତି । ସେ ନୟାଗଡ଼ ଶିଶୁକନ୍ୟା ମୃତ୍ୟୁ ମାମଲାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ଯେ ,୨୦୧୪ ନିର୍ବାଚନରେ ବିଜେଡି ରାଜ୍ୟବାସୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା, ମାତ୍ର ୨୦୧୯ ସୁଦ୍ଧା ନିଜ ପ୍ରତିଶ୍ରୁତି ପୂରଣ କରିନାହିଁ । ଏହାକୁ ସେ ସୁଶାସନ ନୁହେଁ କୁଶାସନର ପ୍ରମାଣ ବୋଲି କହିଛନ୍ତି । କେନ୍ଦ୍ର କିମ୍ବା ରାଜ୍ୟ କିଏ କୃଷକଙ୍କ ଭଲ ଚାହୁଁଛି ତାହା ସାଧାରଣ ଜନତା ଜାଣିବା ଦରକାର । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ମିଳୁନାହିଁ । କେତେ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଛି, ତାହାର ଜବାବ ସେ ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି । ସେ ରାଜ୍ୟର ଆଇନ କାନୁନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ କ’ଣ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି, ସେନେଇ ମଧ୍ୟ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.