fbpx

ଦୁନିଆର ସବୁଠାରୁ ଥଣ୍ଡା ସ୍କୁଲ, ଯେଉଁଠି -୫୧ ଡିଗ୍ରୀରେ ବି କ୍ଲାସକୁ ଆସନ୍ତି ପିଲା

ଦୁନିଆର ସବୁଠାରୁ ଶୀତଳ ସହର ଭାବେ ସାଇବେରିଆକୁ ଗଣାଯାଏ ଓ ଏହାର ସ୍କୁଲକୁ ବି ଦୁନିଆର ସବୁଠାରୁ ଥଣ୍ଡା ସ୍କୁଲ କୁହାଯାଏ । ସେଠାରେ ଥିବା ସ୍କୁଲଗୁଡିକରେ ତାପମାତ୍ରା ପ୍ରାୟତଃ -୫୦ ଡିଗ୍ରୀ ପାଖାପାଖି ରହିଥାଏ । ହାଡକୁ କମ୍ପାଇ ଦେଉଥିବା ଶୀତରେ ବି ଛୋଟ ଛୋଟ ପିଲା ସ୍କୁଲକୁ ପଢିବା ପାଇଁ ଆସିଥାନ୍ତିି । ସ୍କୁଲରେ ୧୧ ବର୍ଷ ବା ତାଠାରୁ କମ୍ ବୟସର ପିଲାମାନଙ୍କ ପାଇଁ ସେତେବେଳେ ସ୍କୁଲ ବନ୍ଦ ରୁହେ, ଯେତେବେଳେ ତାପମାତ୍ରା -୫୨ ଡିଗ୍ରୀ ବା ତାଠାରୁ କମ୍ ରୁହେ ।

ଓଏମୟାକୋନ ନାମକ ସହରରେ ସ୍କୁଲ ରହିବା ସହ ପୋଷ୍ଟ ଅଫିସ, ବ୍ୟାଙ୍କ ଆଦି ମୌଳିକ ସୁବିଧା ରହିଛି । ଏହି ସ୍କୁଲକୁ ୧୯୩୨ ମସିହାରେ ଷ୍ଟାଲିନଙ୍କ ରାଜତ୍ୱ ସମୟରେ ପ୍ରସ୍ତୁତ କରାଯାଇଥିଲା । ଏହି ବିଦ୍ୟାଳୟରେ ଖାରା ତୁମୁଳ ଓ ବେରେଗ ୟୁର୍ଡେ ଗାଁର ପିଲାମାନେ ପଢିବାକୁ ଆସିଥାନ୍ତି । ସେଠାରେ ସର୍ବଦା ଶୀତ ବସ୍ତ୍ର ଓ ହାତରେ ଗ୍ଲୋଭସ୍ ପିନ୍ଧିବାକୁ ପଡିଥାଏ ।

Get real time updates directly on you device, subscribe now.