fbpx

ପୁରୀ ବିସ୍ଫୋରଣ ଘଟଣା: ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Advertisement

ପୁରୀ: ନରେନ୍ଦ୍ର ପୋଖରୀରେ ଭଉଁରୀ ଯାତ୍ରା ବେଳେ ଗତକାଲି ଏକ ବଡ଼ ଅଘଟଣ ଘଟିଥିଲା । ଚାପ ଖେଳିବା ସମୟରେ ବାଣ ଫୁଟିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ତେବେ ଏହି ମୃତକଙ୍କ ପରିବାରକୁ ସହାୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସୂଚନାନୁଯାୟୀ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏହି ସହାୟତା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.