fbpx

ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ, ୧୩ା୬(ଓଡ଼ିଶା ଭାସ୍କର): ଆଉ ଅଳ୍ପ କେଇଟା ଦିନ ଗଲେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥଯାତ୍ରା ପ୍ରସଙ୍ଗକୁ ନେଇ ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ପୁରୀ ସହରକୁ ସିଲ କରି ବିନା ଭକ୍ତରେ ରଥଯାତ୍ରା ହେଉ । ପୁରୀବାସୀ ମଧ୍ୟ ଟିଭିରେ ଦେଖନ୍ତୁ ରଥଯାତ୍ରା । ପୋଲିସ ଓ ସେବାୟତମାନେ ରଥ ଟାଣନ୍ତୁ ବୋଲି ସେ କହିଛନ୍ତି । କିଛି ସେବାୟତ ରଥ ଉପରେ ଆଉ କିଛି ରଥ ଟାଣିବା ନେଇ ପରାମର୍ଶ ଦେଇଛନ୍ତି । ଏଥିସହିତ ରଥଯାତ୍ରା ପାଇଁ ସବୁ କିଛି ଚୂଡ଼ାନ୍ତ ହୋଇସାରିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଶ୍ରୀଯିଉଙ୍କ ସ୍ନାନଯାତ୍ରା ବିନା ଭକ୍ତରେ ହୋଇଥିଲା ।

Get real time updates directly on you device, subscribe now.