ସମ୍ଭାବ୍ୟ ବାତ୍ୟା ପାଇଁ ୨୪ ଓ ୨୫ ତାରିଖ ଭକ୍ତଙ୍କୁ ପୁରୀ ମନା; ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖ ଭକ୍ତଙ୍କୁ ପୁରୀ ଯିବାକୁ ମନା ହୋଇଛି । ସେଠାରେ ଥିବା ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଆଗକୁ ଆସୁଥିବା ଭକ୍ତ ମାନଙ୍କୁ ବାରଣ କରାଯିବ । ଯେଉଁମାନେ ପୁରୀ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ । ଆଉ ଯେଉଁମାନେ ରହିବେ ସେମାନଙ୍କୁ ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୁରେଶ ପୂଜାରୀ ।

ସେପଟେ ବାତ୍ୟା ମୁକାବିଲା ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ‘ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, ଭୟଭୀତ ହୁଅନ୍ତୁନି । ଜିରୋ କାଜୁଆଲିଟି ଆମ ମିଶନ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ, ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପ୍ରସ୍ତୁତ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଶତପ୍ରତିଶତ ସ୍ଥାନାନ୍ତରଣ କରାଯିବ ।

ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ହସ୍ପିଟାଲକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା ହେବ । ଦରଦାମ ବୃଦ୍ଧି, କଳାବଜାରୀ ରୋକିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ।’  ମୁଖ୍ୟମନ୍ତ୍ରୀ ମଝି ସମୁଦ୍ରରେ ଥିବା ୧୧ ଡଙ୍ଗାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସମୁଦ୍ରରେ ପୁରୀର ୨, ଜଗତସିଂହପୁରର ୯ ଡଙ୍ଗା ରହିଛି । ତୁରନ୍ତ କୂଳକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

Get real time updates directly on you device, subscribe now.