fbpx

ପୁରୀ ବାଣ ବିସ୍ଫୋରଣ ଘଟଣା, ଆଉ ୨ ଜଣଙ୍କ ମୃତ୍ୟୁ

Advertisement

ଭୁବନେଶ୍ୱର: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଏବେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ସକାଳେ ଏହି ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଲାଣି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହି ଘଟଣାରେ ଆହତ ୨୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚାପ ଖେଳ ଚାଲିଥିବା ବେଳେ ଆତସବାଜି ସମୟରେ ବାଣ ବିସ୍ଫୋରଣ ଘଟି ସେଠାରେ ଉପସ୍ଥିତ ଥିବା ୩୦ ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଭାବେ ପୋଡି ଯାଇଥିଲେ । ଘଟଣା ଦିନ ୩ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ଜୀବନ ଚାଲିଯାଇଛି ।

Get real time updates directly on you device, subscribe now.