fbpx

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମିଳିଲା ଜମି, ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ,୨ା୧୨(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ବହୁ ସମର୍ଥନ ମିଳିଛି । ଏନେଇ କିଛି ଦିନ ତଳେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରୁ ଜମି ଉଚ୍ଛେଦ ଚାଲିଥିଲା । ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହୋଇଛି ପ୍ରାୟ ୭୫% ଘରୋଇ ଜମି । ସ୍ୱେଚ୍ଛାକୃତ ଭାବେ ଜମି ପ୍ରଦାନକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଅନୁରୋଧ ରକ୍ଷା କରିଥିବାରୁ କୃତଜ୍ଞତା ମଧ୍ୟ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ମହାପ୍ରଭୁଙ୍କ ପାଇଁ ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ମନେ ରଖିବ ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ ପାଇଁ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଓ ଲଜିଂ ଆଦି ପୁରୀବାସୀ ତ୍ୟାଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମନ୍ଦିର ୭୫ମି ପରିସର ମଧ୍ୟରେ ସ୍ଥାବର ସମ୍ପତି ଦେବାକୁ ନିବେଦନ କରାଯାଇଥିଲା । ୪୦ଦିନରେ ୭୫% ଘରୋଇ ଜମି ସଂଗ୍ରହ ହୋଇଛି । ଏହାପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ଜମି ସଂଗ୍ରହ ହୋଇଛି । ସାରାଦେଶରେ ଜମି ଅଧିଗ୍ରହଣରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା ମିଳିଛି । ମହାପ୍ରଭୁ ଓଡ଼ିଆ ଜାତିର ସବୁକିଛି, ସେ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି ସମସ୍ତେ କହିଛନ୍ତି ।

Get real time updates directly on you device, subscribe now.