fbpx

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଆଉଜଣେ ବିଧାୟକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ଜଣ ମନ୍ତ୍ରୀ ଯଥା ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ୍ , ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସମୀର ଦାଶ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁଶାନ୍ତ ସିଂ ଓ ଅରୁଣ ସାହୁ ଆରୋଗ୍ୟ ହୋଇଛନ୍ତି।

ସେହିପରି ବିଧାୟକଙ୍କ ମଧ୍ୟରେ ବିଜେପି ବିଧାୟକ ସୁକାନ୍ତ ନାୟକ, ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଓ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରୁ ସୁସ୍ଥ ହୋଇଥିବାବେଳେ ବିଧାୟକ ପ୍ରଭୁ ଜାନି, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ, ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁଧାଂଶୁ ଶେଖର ପରିଡ଼ା, ଶ୍ରୀକାନ୍ତ ସାହୁ, ସୁନନ୍ଦା ଦାସ, ସଞ୍ଜିବ ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ପୀତମ ପାଢ଼ୀ, ସଦାଶିବ ପ୍ରଧାନୀ, ଶଶୀଭୂଷଣ ବେହେରା, ବିକ୍ରମ ପଣ୍ଡା, ବ୍ରଜକିଶୋର ପ୍ରଧାନ,ସୁଧୀର ସାମଲ, ସରୋଜ ମେହେର, ପ୍ରଦୀପ ଅମାତ୍ ଏବେ ଗୃହ ସଙ୍ଗେରୋଧରେ ଚିକିତ୍ସାଧୀନ ଅଛନ୍ତି।

Get real time updates directly on you device, subscribe now.