fbpx

ପାଖେଇ ଆସୁଛି ପୁରୀ ରଥଯାତ୍ରା: ଭର୍ଚୁଆଲ ମୋଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁରୀରେ ଆଜି ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ । ଏହା ସହ ବୈଠକରେ ୭ ଜଣ ମନ୍ତ୍ରୀ ଓ ଉନ୍ନୟନ କମିଶନର ଉପସ୍ଥିତ ଥିଲେ । ପୋଲିସ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ ।

ତେବେ ବୈଠକରେ ରଥଯାତ୍ରା ପରିଚାଳନା, ଶୃଙ୍ଖଳିତ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା । ରଥଯାତ୍ରା, ବାହୁଡା, ସୁନା ବେଶ, ନୀଳାଦ୍ରୀ ବିଜେ ନେଇ ଆଲୋଚନା ହୋଇଥିଲା । ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ଜରୁରୀ ସେବା, ସଠିକ୍ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି ।

ସମୀକ୍ଷା ବୈଠକ ନେଇ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି କି, ‘ଚଳିତବର୍ଷ ରଥଯାତ୍ରାରେ ଭକ୍ତ ଭଲ ଅନୁଭବ ନେବେ । ସହଯୋଗ ପାଇଁ ସେବାୟତ ଓ ପୁରୀ ସହରବାସୀଙ୍କୁ ଧନ୍ୟବାଦ । କୋଭିଡ ଦୃଷ୍ଟିରୁ ଆମକୁ ସତର୍କ ରହିବାକୁ ପଡିବ । ଶୃଙ୍ଖଳିତ ରଥଯାତ୍ରା ନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରଥଯାତ୍ରା ଅବସରରେ ପୁରୀକୁ ଚାଲିବ ୧୩୭ଟି ସ୍ୱତନ୍ତ୍ର ଟ୍ରେନ୍ । ଭକ୍ତିଙ୍କ ସୂଚନା ପାଇଁ ପୁରୀରେ ରହିବ ୧୧ଟି ସୂଚନା କେନ୍ଦ୍ର ।

Get real time updates directly on you device, subscribe now.