fbpx

କୋଭିଡ୍ କଟକଣା ମଧ୍ୟରେ ହେବ ରଥଯାତ୍ରା; ସାମିଲ ହେବେନି ଭକ୍ତ

ଭୁବନେଶ୍ୱର: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣାରେ ପାଳିତ ହେବ ରଥଯାତ୍ରା । ବିନା ଭକ୍ତରେ ହେବ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ । ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ନିଶେଦ୍ଧ । ପୁରୀ ଟ୍ରେନ ସମେତ ଅନ୍ୟ ଯାନକୁ ପ୍ରବେଶ ମନା ।

ଏହି ରଥଯାତ୍ରାରେ କେବଳ ସେବାୟତ ଭାଗ ନେଇପାରିବେ । ରଥ ଟାଣିବାକୁ ଅନୁମତି ଦିଆଯିବ ନାହିଁ । କେବଳ ସେବାୟତ ଓ ସୁରକ୍ଷାକର୍ମୀ ହିଁ ଟାଣି ପାରିବେ । ରଥଯାତ୍ରା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । କୋଭିଡ୍ ନେଗେଟିଭ୍ ଥିବା ସେବାୟତଙ୍କୁ ମିଳିବ ଅନୁମତି । ଯେଉଁ ସେବାୟତ ସୁଇଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ନିତିକାନ୍ତିରେ ଭାଗ ନେଇପାରିବେ । କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ହେବ । ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ । ଗୋଟିଏ ରଥରେ ୫୦୦ରୁ ଅଧିକ ଲୋକ ରହିପାରିବେ ନାହିଁ । ଏସଆରସିଙ୍କ ସୂଚନା ଅନୁଯାୟୀ ଏହି ରଥଯାତ୍ରା କେବଳ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ଅନୁମତି ନାହିଁ ।

Get real time updates directly on you device, subscribe now.